ମାଟ୍ରିକ ପରୀକ୍ଷାରେ ବରଗଡ଼ ଜିଲ୍ଲାର ପାସ୍ ହାର ୯୬%

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଗତକାଲି ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷା ଫଳ ବରଗଡ଼ ଜିଲ୍ଲାର ପାସ୍ ହାର ଶତକଡ଼ା ୯୬.୯୬ ରହିଛି । ସେଥିମଧ୍ୟରୁ ଏ୧ ଗ୍ରେଡରେ ୮୪ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ଏ୨ ଗ୍ରେଡରେ ୬୬୭ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ଚଳିତ ବର୍ଷ ଜିଲ୍ଲାର ୩୨୦ଟି ହାଇସ୍କୁଲରୁ ୧୯,୩୨୧ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ । ସେଥିମଧ୍ୟରୁ ୧୮,୬୩୪ ଜଣ ପାସ୍ କରିଛନ୍ତି । କୌଣସି ହାଇସ୍କୁଲର ରିଜଲଟ୍‌ ଶୂନ୍ୟ ହୋଇନାହିଁ ।

Leave A Reply

Your email address will not be published.