oom

କରୋନା ଟୀକାକରଣ ପାଇଁ ସଚେତନତା

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ମହାମାରୀ କରୋନା ସଂକ୍ରମଣକୁ ରୋକିରବା ଏକମାତ୍ର ବିକଳ୍ପ ଟୀକା । ଏହାକୁ ନେଇ ବିଶେଷଜ୍ଞମାନେ ମଧ୍ୟ ମତ ପ୍ରକାଶ ଦେଇଛନ୍ତି । ହେଲେ ଟୀକାକୁ ନେଇ ଅନେକ ଗୁଜବ ଉଠୁଥିବା ବେଳ କିଛି ଲୋକଙ୍କ ମନରେ ଟୀକାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଏହାକୁ ଲକ୍ଷ୍ୟ କରି ସଇଁନ୍ତଲା ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଡେଙ୍ଗର ଜୁନିୟର ରେଡକ୍ରସ ୟୁନିଟ ତରଫରୁ କରୋନା ଟୀକାକରଣ ପାଇଁ ଡେଙ୍ଗ ଗ୍ରାମ ତଥା ରେଲୱେ କଲୋନୀପଡା ଠାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଶ୍ୱନାଥ ମେହେରଙ୍କର ଅଧ୍ୟକ୍ଷତା କାର୍ଯ୍ୟକ୍ରମରେ ଜୁନିୟର ରେଡକ୍ରସ କାଉନ୍‌ସେଲର ରାମ ନାରାୟଣ ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ଶିକ୍ଷକ ସୁଦର୍ଶନ ଦାଶ, ହିମାଂସୁ ଶେଖର ବିଶ୍ୱାଳ, ଆଦିତ୍ୟ ରଣା, ବ୍ରଜମୋହନ ମାଝି, ଶିକ୍ଷୟତ୍ରୀ ଗାୟତ୍ରୀ ବାରିକ, ଦ୍ରୋପଦୀ ଭୋଇ, ଯଶୋବନ୍ତୀ ସୁନା, ଭାରତୀ ପ୍ରଧାନ, ଡେଙ୍ଗର ଅଙ୍ଗନୱାଡି କର୍ମୀ ଲିନୁ ସାହୁ, ରେଲୱେ କଲୋନୀପଡା ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ରାଜକୁମାରୀ ରଣା, ସୂର୍ଯ୍ୟକାନ୍ତି ରଣା ଅଂଶଗ୍ରହଣ କରିଥିଲେ । ପରେ ବିଦ୍ୟାଳୟ ପରିସରରେ ହୋଇଥିବା ୧୮ ବର୍ଷରୁ ୪୪ ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତିମାନଙ୍କୁ କରୋନା ଟୀକା ପ୍ରଥମ ଥର ପାଇଁ ଦିଆଯାଇଥିଲା । ଡେଙ୍ଗ ପଞ୍ଚାୟତର ପୂର୍ବତନ ସରପଞ୍ଚ ସନ୍ତୋଷିନୀ ମାଝୀ, ଶିକ୍ଷକ ଲିଙ୍ଗରାଜ ନନ୍ଦ, କାନ୍ତି ଭୋଇ, ରେଣୁକା ସାହୁ ନେଲା ପରେ ଅନ୍ୟ ଗ୍ରାମବାସୀମାନେ ଆଗ୍ରହରେ ଆସି ଟୀକାକରଣ କରିଥିଲେ । ଟୀକାକରଣ କେନ୍ଦ୍ରରେ ୧୦୦ ଜଣ ଟୀକା ନେଇଥିଲେ । ଟୀକା ନେଲା ପରେ ମଧ୍ୟ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା, ସାବୁନରେ ବାରମ୍ବାର ହାତ ଧୋଇବା ପାଇଁ ଟୀକାଧାରୀମାନଙ୍କୁ ଶିକ୍ଷକ ଶିକ୍ଷୟତ୍ରୀମାନେ ବୁଝାଇଥିଲେ । ଟୀକାକରଣ ପାଇଁ ସ୍ୱାସ୍ଥ୍ୟକର୍ମୀ ଭାବରେ ପ୍ରଦୀପ ପୁରୋହିତ, ଲୋଚନୀ ପାତ୍ର, ପୁଷ୍ପାଞ୍ଜଳି ନାଗ ଓ ଡାଟାଏଣ୍ଟ୍ରୀ ଅପରେଟର ଭାବରେ ତେଜରାଜ ନାଏକ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.