jayashree

ଆଲୋକୀକରଣ ବ୍ୟବସ୍ଥା ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ, ତହସିଲ କାର୍ୟ୍ୟାଳୟ, ଗୋ‌ଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ସହ ଗୋ‌ଷ୍ଠି ଶିକ୍ଷା କାର୍ଯ୍ୟାଳୟ, ପ୍ରାଣୀଧନ କେନ୍ଦ୍ର ଗୋଟିଏ ପରିସରରେ ଅଛି । ଦେଓଗାଁ ବ୍ଳକ ସମସ୍ତ ଗାଁର ଲୋକ ପ୍ରାୟ ଏହି କାର୍ଯ୍ୟାଳୟ ସହ ଜଡ଼ିତ । ଅନ୍ୟପକ୍ଷରେ ଦେଓଗାଁ ବ୍ଳକର ପୂର୍ବାଞ୍ଚଳରୁ ପଶ୍ଚିମାଞ୍ଚଳ ଅର୍ଥାତ ରାମଚନ୍ଦ୍ରପୁରରୁ ଅର୍ଜୁନପୁର ପର୍ଯ୍ୟନ୍ତ ଯିବା ଆସିବା କରିବା ମୂଖ୍ୟରାସ୍ତା ଦେଓଗାଁ ପଞ୍ଚାୟତ ସମିତି ରାସ୍ତା । ଦେଓଗାଁ ବ୍ଳକର ଉଡ଼ାର, ମକୁନ୍ଦପୁର ଉପରଝର, ମହଲାଇ ପଞ୍ଚାୟତରୁ ଦେଓଗାଁ ବ୍ଳକର ମୁଖ୍ୟାଳୟକୁ ଆସିବା ରାସ୍ତାକୁ ଅତି ସମ୍ବୋଧନଶୀଳ ଭାବେ ଗଣନା କରାଯାଇଛି । ହେଲେ ସନ୍ଧ୍ୟା ହେଲେ କିଟକିଟି ଅନ୍ଧାରର ସୁଯୋଗ ନେଇ କିଛି ଖଳ ପ୍ରକୃତିର ଲୋକ ବିନା କାରଣରେ ଅର୍ଥାତ ରାସ୍ତା ଉପରେ ମଦ୍ୟପାନ କରିବା ପାଇଁ ରାତି ପର୍ଯ୍ୟନ୍ତ ରହିଥାନ୍ତି । ଏହାସହ ଏହି ରାସ୍ତାରେ ବହୁ ଥର ଡକାୟତି, ଚୋରି ଭଳି ଘଟଣା ମଧ୍ୟ ଘଟି ସାରିଲାଣି । ଦେଓଗାଁ ପଞ୍ଚାୟତ ସମିତି ପକ୍ଷରୁ ସରକାରଙ୍କ ବିଭିନ୍ନ ଯୋଜନାରେ ଗାଁ ଗୁଡ଼ିକ ଆଲୋକୀକରଣ କରୁଥିବା ବେଳେ ମୁଖ୍ୟାଳୟ ନଗ୍ନ ଅବସ୍ଥା ହୋଇପଡ଼ିଛି । ତେଣୁ ଦେଓଗାଁ ବ୍ଳକ କାର୍ଯ୍ୟାଳୟ ସହ ତହସିଲ, ସ୍ୱାସ୍ଥ୍ୟକେନ୍ଦ୍ର, ବିଇଓ ଅଫିସ, ପ୍ରାଣୀଧନ କାର୍ଯ୍ୟାଳୟକୁ ସୁରକ୍ଷିତ ରଖିବା ପାଇଁ ଆଲୋକର ବ୍ୟବସ୍ଥା କରାଯିବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.