ପାଇକମାଲ ସରସ୍ଵତୀ ଶିଶୁମନ୍ଦିରରେ ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସରସ୍ଵତୀ ଶିଶୁମନ୍ଦିର ଠାରେ ପରିଚାଳନା ସମିତି ଓ ଗୁରୁଜୀ ଗୁରୁମାମାନଙ୍କ ମିଳିତ ଆନୁକୂଲ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ସଂପାଦକ କୁବେର ରଣା ଅଧ୍ୟକ୍ଷତା କରିଥିଲେ । ବୈଠକରେ ବିଦ୍ୟାଳୟର ଶୈକ୍ଷିକ ଆଲୋଚନା କରାଯାଇଥିଲା । ଆସନ୍ତାକାଲି ଠାରୁ ନିୟମିତ ଭାବେ ଶିକ୍ଷାଦାନ ଅନଲାଇନ ମାଧ୍ୟମରେ ଚାଲୁ ରହିବ ବୋଲି ପ୍ରସ୍ତାବ ଗୃହୀତ ହୋଇଥିଲା । ଶ୍ରେଣୀ ଗୁରୁଜୀ ଗୁରୁମାମାନେ ନିଜ ଶ୍ରେଣୀର ଶିଶୁମାନଙ୍କୁ ଶ୍ରେଣୀ ହ୍ୱାଟସପ୍ ଗ୍ରୁପ ମାଧ୍ୟମରେ ଯୋଡିବାର ନିଷ୍ପତ୍ତି ନେଇଥିଲେ । ଶିଶୁ ଚରିତ୍ର ନିର୍ମାଣ ପାଇଁ ଶିକ୍ଷାର ଗୁରୁତ୍ୱ, ମହତ୍ୱକୁ ବିଷଦ ଭାବରେ ଆଲୋଚନା କରାଯାଇଥିଲା । ବିଦ୍ୟାଳୟର ଉତ୍ତରୋତ୍ତର ଉନ୍ନତି ପାଇଁ ସମସ୍ତେ ମତ ପ୍ରକାଶ କରିଥିଲେ । ପରିଚାଳନା ସମିତି ମହିଳା ସଦସ୍ୟା ଶ୍ରୀମତୀ ସୁପ୍ରଭା ସାହୁ ଅନଲାଇନ ପାଠପଢା ପାଇଁ ନିଜର ସୁଚିନ୍ତିତ ମତ ପ୍ରକାଶ କରିଥିଲେ । ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଛାତ୍ରଛାତ୍ରୀ ମାନଙ୍କର ଶୈକ୍ଷିକ ଉନ୍ନତି ନିମନ୍ତେ ଦୃଢ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ । ପରିଶେଷରେ ବିଦ୍ୟାଳୟ ପ୍ରଧାନାଚାର୍ଯ୍ୟ ସାନନ୍ଦ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.