ରାଜେନ୍ଦ୍ର କଲେଜର ପୂର୍ବତନ ଅଧ୍ୟକ୍ଷ ମହମ୍ମଦ ଫକିରୁଦ୍ଦିନ ଚାଲିଗଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର କଲେଜର ପୂର୍ବତନ ଅଧ୍ୟକ୍ଷ ମହମ୍ମଦ ଫକିରୁଦ୍ଦିନ(୮୮) ଚାଲି ଯାଇଥିବା ସୂଚନା ମିଳିଛି । ବଲାଙ୍ଗିର ରାଜେନ୍ଦ୍ର ମହାବିଦ୍ୟାଳୟରେ ଅନେକ ସଂସ୍କାର ଆଣିବାରେ ତାଙ୍କ ଅତୁଳନୀୟ ଅବଦାନ ରହିଥିବା ବେଳେ ରାଜେନ୍ଦ୍ର ମହାବିଦ୍ୟାଳୟରେ ସେ ଅଧ୍ୟକ୍ଷ ଭାବରେ ରହିଥିବା ସମୟକୁ ‘ଗୋଲ୍‌ଡେନ୍‌ ପିରିଅଡ୍‌’ ବୋଲି ସାଧାରଣରେ କୁହାଯାଏ । ରାଜେନ୍ଦ୍ର ମହାବିଦ୍ୟାଳୟରେ ସେ ୧୯୮୨ରୁ ୧୯୮୮ ଯାଏଁ ଅଧ୍ୟକ୍ଷ ଭାବେ ଦାୟିତ୍ୱରେ ରହିଥିଲେ ଏବଂ ମହାବିଦ୍ୟାଳୟରେ ଶୃଙ୍ଖଳାର ଏକ ବିଶେଷ ପରିବେଶ ସୃଷ୍ଟି କରି ପାରିଥିଲେ । ଜଣେ ବଳିଷ୍ଠ ଓ ଛାତ୍ରବତ୍ସଳ ଅଧ୍ୟକ୍ଷ ଭାବେ ତାଙ୍କ ବିଶେଷ ସୁନାମ ରହିଛି । ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱରରେ ବାର୍ଦ୍ଧକ୍ୟଜନିତ ସମସ୍ୟା ଯୋଗୁଁ ଗତକାଲି ତାଙ୍କ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି । ତାଙ୍କ ଦେହାନ୍ତରେ ତାଙ୍କ ଛାତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.