oom

ଭିଡିଓ କନଫରେନ୍ସ ମାଧ୍ୟମରେ ଦୁଇଟି ଅକ୍ସିଜେନ ପ୍ଲାଣ୍ଟ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

jsmm

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଆଜି ଭିଡିଓ କନଫରେନ୍ସସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଅକ୍ସିଜେନ ପ୍ଲାଣ୍ଟର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଚାପ ଅବଶୋଷଣ ପ୍ରଣାଳୀରେ ଭେଷେଜ ଅମ୍ଳଜାନ ଉତ୍ପାଦନ ବ୍ୟବସ୍ଥା(୧୬୭ ଏଲ୍‌ପିଏମ୍‌) ଏବଂ ତରଳ ଭେଷେଜ ଅମ୍ଳଜାନ ସଂରକ୍ଷଣ ପଦ୍ଧତି(ଏଲ୍‌ଏମ୍‌ପି ୬କେଏଲ୍‌)ର ଦୁଇଟି ପ୍ରକଳ୍ପର ଆରମ୍ଭ ହେବାପରେ ବରଗଡ଼ ଜନସାଧାରଣ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ପାଇପାରିବେ ସୂଚିତ କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବିଜେପୁର ବିଧାୟିକା ରୀତା ସାହୁ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ, ଏସପି ପଦ୍ମିନୀ ସାହୁ, ସିଡିଏମଓ ଡ. ଅରୁଣ କୁମାର ପାତ୍ର ତଥା ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.