ଉଠା ଦୋକାନୀଙ୍କୁ ସହାୟତା ରାଶି ପ୍ରଦାନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : କୋଭିଡ କଟକଣାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ରାଜ୍ୟର ଉଠା ଦୋକାନୀଙ୍କୁ ସାହାଯ୍ୟ କ୍ରମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତଦିନରେ ୩୦୦୦ ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କରିଥିଲେ । ଏହି କ୍ରମରେ ବରପାଲି ବ୍ଲକର ୨୩୩ ଜଣ ଉଠା ଦୋକାନୀଙ୍କୁ ତାଙ୍କ ସହାୟତା ରାଶି ବ୍ୟାଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପୁର ବିଧାୟିକା ରୀତା ସାହୁ ଅତିଥି ଭାବେ ଯୋଗ ଦେଇ ବଣ୍ଟନର ଶୁଭାରମ୍ଭ କରିଥିଲେ । ବ୍ୟାଙ୍କ ମ୍ୟାନେଜରଙ୍କ ସମେତ ବରପାଲି ଏନଏସର କାର୍ଯ୍ୟନିର୍ବାହୀ ଅଧିକାରୀ, ବିଜେଡ଼ିର ବରିଷ୍ଠ ସଭ୍ୟ ମହେନ୍ଦ୍ର କୁମାର ମେହେର, ନାରୀ ନେତ୍ରୀ ଝରଣା ମେହେର, ନରେନ୍ଦ୍ର ହୋତା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.