ବେଆଇନ ବାଲି ଚେରାଚାଲାଣ ବେଳେ ତହସିଲଦାରଙ୍କ ଚଢ଼ାଉ : ୧୦ହଜାର ଟଙ୍କା ଜରିମାନା ଆଦାୟ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ସକାଳ ୯ଟା ସମୟରେ ସୋନଗଡ଼ ନଦୀର ହାତୀସରା ନିକଟରୁ ବେଆଇନ ଭାବେ ବାଲି ଚେରାଚାଲାଣ ହେଉଥିବା ଭବାନୀ ଶଙ୍କର ବେହେରାଙ୍କ ଟ୍ରାକ୍ଟର (ଓଡି୦୩ ଜି ୯୩୦୮)କୁ ଦେଓଗାଁ ତହସିଲଦାର ଜୁଗଲ କିଶୋର ବିଶ୍ୱାଲ ଓ ଜରାସିଂହା ଆରଆଇ ଅଧୀର ନାଏକ ଅଟକ ରଖି କାଗଜ ପତ୍ର ଯାଞ୍ଚ କରିଥିଲେ । ହେଲେ ଟ୍ରାକ୍ଟର ଡ୍ରାଇଭର ଦିନେଶ ବେହେରା କାଗଜପତ୍ର ଦେଖାଇ ନ ପାରିଥିବାରୁ ବେଆଇନ ଭାବେ ବାଲି ଚାଲାଣ କରୁଥିବା ନେଇ ୧୦ହଜାର ଟଙ୍କା ଜରିମାନା ଆଦାୟ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.