csstore

ପର୍ଯ୍ୟାପ୍ତ ପରିମାଣରେ ଭେକ୍ସିନ୍ ଯୋଗାଇବାକୁ ଏବଂ ଏକ୍ସରେ ଟେକନିସିଆନ୍ ନିଯୁକ୍ତି ପାଇଁ ବିଜେପିର ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଉପଖଣ୍ଡ ଚିକିତ୍ସାଧିକାରୀ ତହସିଲ ସାହୁଙ୍କୁ ପଦ୍ମପୁର ସାଂସଦ ପ୍ରତିନିଧି ଚିନ୍ମୟ କୁମାର ପଣ୍ଡା ଏବଂ ବିଜେପି ନଗର ସାଧାରଣ ସମ୍ପାଦକ ଅଶୋକ କୁମାର ମିଶ୍ର ବିଭିନ୍ନ ବିଷୟକୁ ନେଇ ସାକ୍ଷାତ କରିଥିଲେ । ପଦ୍ମପୁର ସହରରେ ଭେକ୍ସିନ୍ ନେବା ପାଇଁ ଯୁବପିଢିଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି, କମ୍ ପରିମାଣରେ ଅନ୍‌ଲାଇନ ବୁକିଙ୍ଗ୍ ହେଉଥିବାରୁ ତାହା ପର୍ଯ୍ୟାପ୍ତ ହେଉନାହିଁ । ଏଣୁ ଅଧିକ ପରିମାଣରେ ଭେକ୍ସିନ୍ ଯୋଗାଇବା ପାଇଁ ଦାବୀ କରିଥିଲେ । ଉପଖଣ୍ଡ ଡ଼ାକ୍ତରଖାନାରେ ଦୀର୍ଘ ଦିନ ଧରି ଏକ୍ସରେ ଟେକନିସିଆନ୍ ପଦ ଖାଲି ରହୁଛି, ଏଥିପାଇଁ ଅନେକ ସମୟରେ ଏକ୍ସରେ କୋଠାରେ ତାଲା ଝୁଲୁଛି, କିଏ ଯଦି ପଚାରିଲେ ଏକ୍ସରେ କରିବା ପାଇଁ ଟେକନିସିଆନ୍ ନାହାଁନ୍ତି ପ୍ରାଇଭେଟ୍ ଏକ୍ସରେ ସେଣ୍ଟର୍‌ରେ କରିବା ପାଇଁ କହୁଛନ୍ତି । ଏଥିପାଇଁ ଶ୍ରୀ ପଣ୍ଡା ଏବଂ ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରିଥିଲେ । ଚିକିତ୍ସାଧିକାରୀ କହିଥିଲେ ସେ ନିଜେ ଜିଲ୍ଲା ଚିକିତ୍ସାଧିକାରୀଙ୍କୁ ଏ ବିଷୟରେ ଅବଗତ କରାଇଥିଲେ ଅତିଶୀଘ୍ର ଟେକନିସିଆନ୍ ନିଯୁକ୍ତି ଦେବାକୁ ସାଂସଦ ପ୍ରତିନିଧି ଚିନ୍ମୟ କୁମାର ପଣ୍ଡା ଏବଂ ବିଜେପି ନଗର ସାଧାରଣ ସମ୍ପାଦକ ଅଶୋକ କୁମାର ମିଶ୍ର ଦାବୀ କରିଥିଲେ ।

jayashree
Leave A Reply

Your email address will not be published.