oom

ମୁଖ୍ୟମନ୍ତ୍ରୀଙ୍କ ଆଶିର୍ବାଦ ଯୋଜନା ହୃଦୟସ୍ପର୍ଶୀ ଓ ସମୟୋଚିତ ପଦକ୍ଷେପ : କଳିକେଶ

jsmm

ବଲାଙ୍ଗିର, (ଦେବାଶିଷ ମିଷ୍ର) : ଓଡିଶାର ଜନପ୍ରୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ରାଜ୍ୟରେ ଆରମ୍ଭ ହୋଇଥିବା ଆଶିର୍ବାଦ ଯୋଜନା ଏକ ସମୟୋଚିତ ପଦକ୍ଷେପ ବୋଲି ବଲାଙ୍ଗିରର ପୁର୍ବତନ ସାଂସଦ ତଥା ରାଜ୍ୟ ବିଜୁ ଜନତା ଦଳର ବରିଷ୍ଠ ସମ୍ପାଦକ କଳିକେଶ ନାରାୟଣ ସିଂହଦେଓ ମନ୍ତବ୍ୟ ପ୍ରକାଶ କରିଛନ୍ତି । ୨୦୨୦ ଏପ୍ରିଲ ୧ ପରେ ଅନାଥ ହୋଇଥିବା ଶିଶୁଙ୍କୁ ଏହି ସୁବିଧା ମିଳିବ । ମୁଖ୍ୟତଃ କରୋନା ସମୟରେ ବାପା ମାଆଙ୍କୁ ହରାଇଥିବା ଶିଶୁ ପାଇଁ ପରିବାର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇଥିବା ଶିଶୁ ମଧ୍ୟ ଏହି ଯୋଜନାରେ ଉପକୃତ ହେବେ । ଏହି ଯୋଜନାରେ ମାସିକ ୨୫ ଶହ ଟଙ୍କା ମିଳିବ । କେବଳ ମୁଖ୍ୟ ଉପାର୍ଜନକାରୀ ବାପା କିମ୍ବା ମାଆଙ୍କୁ ହରାଇଥିଲେ ୧୫୦୦ ଟଙ୍କା ମିଳିବ । ଏହାଛଡା ଏହି ଯୋଜନାର ବ୍ୟବସ୍ଥା ଅନୁଯାୟୀ ପିଲାମାନେ ସେମାନଙ୍କ ପିତାମାତାଙ୍କ ମୃତ୍ୟୁ ପୂର୍ବରୁ ଯେଉଁ ବିଦ୍ୟାଳୟରେ ପଢୁଥିଲେ ସେହି ବିଦ୍ୟାଳୟରେ ମଧ୍ୟ ପାଠପଢି ପାରିବେ । ଯଦି ଶିଶୁର ଦାୟିତ୍ୱ ଗ୍ରହଣ କରିଥିବା ସମ୍ପର୍କୀୟ ଅନ୍ୟ କୌଣସି ସ୍ଥାନରେ ରୁହନ୍ତି, ସେହି ସ୍ଥାନରେ ବିଦ୍ୟାଳୟର ବ୍ୟବସ୍ଥା କରାଯିବ । ଆବଶ୍ୟକ ସ୍ଥଳେ ସରକାର ଆଦର୍ଶ ବିଦ୍ୟାଳୟ କିମ୍ବା କେନ୍ଦ୍ରୀୟ ବିଦ୍ୟାଳୟରେ ପିଲାମାନଙ୍କର ଆଡମିଶନରେ ସହାୟତା କରିବେ । ଜାତୀୟ ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ତଥା ଉଚ୍ଚଶିକ୍ଷା ପାଇଁ ରାଜ୍ୟ ସରକାରଙ୍କ “ଗ୍ରୀନ ପ୍ୟାସେଜ” ଯୋଜନାରୁ ସୁବିଧା ପାଇବେ । ଏହି ଯୋଜନାରେ ଶିଶୁକୁ ୧୮ ବର୍ଷ ହେବା ପର୍ୟ୍ୟନ୍ତ ” ଆଶିର୍ବାଦ ” ଯୋଜନାରେ ଅର୍ଥ ମିଳିବ ବୋଲି ସେ ସୁଚନା ଦେବା ସହ ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାର ଜନସାଧାରଣଙ୍କୁ ଏହି ଯୋଜନାର ଫାଇଦା ଉଠାଇବା ପାଇଁ ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ହୃଦୟସ୍ପର୍ଷୀ ପଦକ୍ଷେପକୁ କଳିକେଶ ଏକ ପ୍ରେସ ବିବୃତ୍ତିରେ ସ୍ୱାଗତ ଜଣାଇବା ସହ କୃତଜ୍ଞତା ଜଣାଇଛନ୍ତି ।

jittmm
Leave A Reply

Your email address will not be published.