ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କରୋନା କଟକଣା ପାଳନ କରି ଡେଲାଙ୍ଗ ପଚାଂୟତ ସମିତି କାର୍ଯ୍ୟାଳୟ ସ୍ଥିତ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ବୈଠକ ବିଡିଓ ଦିଲ୍ଲୀପ କୁମାର ଷଡଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯଥା ଝଡବାତ୍ୟା, ବର୍ଷା ବନ୍ୟା ଆଦିରେ ଜନସାଧାରଣଙ୍କୁ କପରି ସାହାଯ୍ୟ, ସହଯୋଗ ଓ ଉଦ୍ଧାର କରାଯାଇପାରିବ ଏ ନେଇ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇଥିଲା । ଏହି ଆଲୋଚନା ଚକ୍ରରେ ଏବିଡିଓ ପ୍ରଦୀପ୍ତ କୁମାର ନାୟକ,ଏସ୍‌ଇଓ ତପନ ଦାଶ, ଅଗ୍ନିଶମ, ମତ୍ସ୍ୟ, ଓ ପଶୁ ବିଭାଗ ଅଧିକାରୀଙ୍କ ସମେତ ବିଭିନ୍ନ ସ୍ୱେଛାସେବୀ ଅନୁଷ୍ଠାନର ପ୍ରତିନିଧି ମାନେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.