jayashree

ଆମ୍ବପାଲି ରାସ୍ତାରେ ଜମୁଛି ଆଣ୍ଠୁଏ ପାଣି : ପାଣି ନିସ୍କାସନ ପାଇଁ ଦାବୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଆମ୍ବପାଲି ଗ୍ରାମର ଉପରପଡା ରାସ୍ତା ଚାରି ଛକ ଠାରେ ଡ୍ରେନକୁ ସଫା କରାଯାଉ ନଥିବା ବେଳେ ବର୍ଷା ହେଲେ ରାସ୍ତାରେ ଆଣ୍ଠୁଏ ପାଣି ଜମିରହୁ ଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାର ପ୍ରତେକ ପଞ୍ଚାୟତକୁ ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପାଇଁ ଦେଉଥିବା ବେଳେ ସ୍ଥାନୀୟ ଜନ ପ୍ରତିନିଧି ଓ ଠିକାଦାରଙ୍କ ସଲାସୁତୁରା ଯୋଗୁଁ ଅନକେ କାର୍ଯ୍ୟ ଉନ୍ନୟନ କରିବାରେ ପ୍ରଶାସନ ବିଫଳ ହେଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଗାଁକୁ ସ୍ୱଚ୍ଛତା ଆଣିବା ପାଇଁ ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁଁ ବର୍ତ୍ତମାନ ରାସ୍ତା କଡରେ ଡ୍ରେନ ସଫା ନ ହେଉଥିବା ବେଳେ ପାଣି ଜମି ରହୁଥିବା ନେଇ ଲୋକେ ରୋଗର ଶିକାର ହେବାର ଆଶଙ୍କା ମଧ୍ୟ ରହିଛି । ତେବେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.