oom

ବଲାଙ୍ଗିର ଶ୍ରମ ବିଭାଗ ତରଫରୁ ତେଲେଙ୍ଗାନାରୁ ଉଦ୍ଧାର ହେଲେ ଏଗାର ଦାଦନ ଶ୍ରମିକ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜ଼ିଲ୍ଲାର ଦାଦନ ପ୍ରବଣ ଖପ୍ରାଖୋଲ ବ୍ଲକର ବତିଶ ଜଣ ଦାଦନ ଶ୍ରମିକ ତେଲେଙ୍ଗାନା ରାଜ୍ୟ ନାଲଗଣ୍ଡା ଜ଼ିଲ୍ଲା ଚେର୍ଲାପାଲି ଇଟାଭାଟିରେ ବନ୍ଧକ ଥିବାର ଅଭିଯୋଗ ହୋଇଥିଲା । ଇଟାଭାଟି ମାଲିକ ଶ୍ରମିକ ମାନଙ୍କ କାର୍ୟ୍ୟ ଅବଧି ଶେଷ ହୋଇଯାଇଥିଲେ ସୁଦ୍ଧା ଗାଁକୁ ଫେରିବାକୁ ବାରଣ କରୁଥିଲେ । ବତିଶ ଜଣ ଶ୍ରମିକ ମଧ୍ୟରୁ କିଛି ଶ୍ରମିକ ଇଟାଭାଟିରୁ ଖସି ଆସିଥିଲେ । ଇଟାଭାଟି ମାଲିକ ଉଙ୍କେନା ନଗୋଥୁ ଘଟଣା ଜାଣିବା ପରେ ସାଥୀ ଶ୍ରମିକ ମାନଙ୍କୁ ବନ୍ଧକ ରଖି ଅକଥନୀୟ ଅତ୍ୟାଚାର କରିଥିବାର ଅଭିଯୋଗ ହୋଇଥିଲା । ଶ୍ରମିକ ମାନଙ୍କୁ ଗାଳି ଗୁଲଜ ମାଡପିଟ କରିଥିବାର ଅଭିଯୋଗ ହୋଇଥିଲା । ଆହୁରି ଇଟା ଗଢିବାକୁ ଆଦେଶ ଦେଇଥିବାର ଅଭିଯୋଗ ହୋଇଥିଲା । ଇଟାଭାଟି ମାଲିକର ନିର୍ୟାତନା ଦିନକୁ ଦିନ ପ୍ରବଳ ଅସହ୍ୟ ହେବାରୁ ଭିଡ଼ିଓ ଉତ୍ତୋଳନ କରି ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶିଙ୍କୁ ମୋବାଇଲରେ ଜଣାଇଥିଲେ । ତେଲେଙ୍ଗାନା ଇଟାଭାଟିରେ ବନ୍ଧକ ନିର୍ୟ୍ୟାତିତ ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ମହାସଚିବ ଶ୍ରୀ ବିଶି ଜ଼ିଲ୍ଲା ପ୍ରଶାସନ ଏବଂ ଜ଼ିଲ୍ଲା ଶ୍ରମ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହା ଏକ ସ୍ପର୍ଶ କାତର ଘଟଣା ହୋଇଥିବାରୁ ଜ଼ିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରି ବନ୍ଧକ ଶ୍ରମିକ ଭିକାରି ଶବର, ରୂପଧର ଶବର, ନୁରା ଶବର, କୁମର ଶବର, ତ୍ରିଲୋଚନ ଶବର, ବର୍ଷା ଶବର, କିଶୋରୀ ଶବର, ସବିତା ନାଗ, ତୁଲାରାମ ବାଗ, ବୁଦ୍ଧଦେବ ଶବର, ରବି ଶବରଙ୍କୁ ଇଟାଭାଟିରୁ ଉଦ୍ଧାର କରି ଖପ୍ରାଖୋଲକୁ ପଠାଇଥିଲେ ।

jittmm
Leave A Reply

Your email address will not be published.