ଆସନ୍ତା ୧୯ରୁ ୨୧ତାରିଖ ପର୍ଯ୍ୟନ୍ତ ୧୮ ରୁ ୪୪ ବର୍ଷ ପାଇଁ ଟୀକାକରଣ

  • ୩ୟ ପର୍ୟ୍ୟାୟରେ ସୋନପୁର ମ୍ୟୁନିସିପାଲିଟିର ୮ଟି ସ୍ଥାନରେ ବ୍ୟବସ୍ଥିତ ୧୧ଟି ଟୀକାକରଣ କେନ୍ଦ୍ରରେ ପଂଜିକୃତ ହିତାଧିକାରୀଙ୍କୁ ଟୀକାକରଣ

ସୁବର୍ଣ୍ଣପୁର, (ପ୍ରଭୁଦତ୍‌ତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ତରଫରୁ ଆସନ୍ତା ୧୯ରୁ ୨୧ ତାରିଖ ପର୍ୟ୍ୟନ୍ତ ସୋନପୁର ମ୍ୟୁନିସିପାଲିଟିର ୫ଗୋଟି ସ୍ଥାନରେ ବ୍ୟବସ୍ଥିତ ୬ଟି ଟୀକାକରଣ କେନ୍ଦ୍ର ଯଥା- କଲ୍ୟାଣ ମଣ୍ଡପ, ସୋନପୁର ମଝିପଡ଼ା (ଗୋଟିଏ କେନ୍ଦ୍ର), ଟାଉନ ହଲ (ବସଷ୍ଟାଣ୍ଡ ପାଖ) (୧ଟି କେନ୍ଦ୍ର), ମହାରାଜା ଉଚ୍ଚ ବିଦ୍ୟାଳୟ (୧ଟି କେନ୍ଦ୍ର), ଜିଲ୍ଲାସାଧନ କେନ୍ଦ୍ର ପଛପଟ (୧ଟି କେନ୍ଦ୍ର), ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ, ସୋନପୁର (୨ଟି କେନ୍ଦ୍ର)ରେ ଟୀକାକରଣ ହେବ । ସେହିପରି ଆସନ୍ତା ୨୦ ଓ ୨୧ ତାରିଖରେ ତିନୋଟି ସ୍ଥାନ ରେ ୫ଟି କେନ୍ଦ୍ର ଯଥା- ସଂସ୍କୃତି ଭବନ (୨ଟି କେନ୍ଦ୍ର), ସୋନପୁର ମହାବିଦ୍ୟାଳୟ , ସୋନପୁର(୨ଟି କେନ୍ଦ୍ର) ଓ ମାରୱାଡି ଧର୍ମଶାଳା ଭଗବତୀପ୍ଲଟ, ସୋନପୁର (ଗୋଟିଏକେନ୍ଦ୍ର)ରେ ଟୀକାକରଣ ଚାଲୁରହିବ । କେବଳ ପଂଜିକୃତ କରି ନିଯୁକ୍ତି ଚିଠା ପାଇଥିବା ୧୮ ରୁ ୪୪ ବର୍ଷର ହିତାଧିକାରୀଙ୍କୁ ପ୍ରଥମ ଡୋଜ ଟୀକା ପ୍ରଦାନ କରାଯିବ । ଉକ୍ତ ଦିନ ଗୁଡିକରେ ପ୍ରଥମ ଡୋଜ ଟୀକାକରଣ ପାଇଁ ଯୋଗ୍ୟ ପଂଜିକୃତ ହିତାଧିକାରୀ ନିଜର ନିଯୁକ୍ତି ଚିଠା (ମୋବାଇଲ ମେସେଜ/ଚିଠାର ହାର୍ଡ କପି )ପଞ୍ଜିକରଣ ସମୟରେ ବ୍ୟବହୃତ ପରିଚୟ ପତ୍ର, ସାଙ୍ଗରେ ଆଣି ସୂଚିତ ନିର୍ଦ୍ଧାରିତ ସମୟରେ ଉଦ୍ଧିଷ୍ଟ ଟୀକାକରଣ କେନ୍ଦ୍ରକୁ ପହଂଚି ଟୀକା ଗ୍ରହଣ କରିବେ । ବିନା କୌଣସି ସୂଚନାରେ ଟୀକାକେନ୍ଦ୍ର କୁ ଯାଇ ହଇରାଣ ନ ହେବା କିମ୍ବା କେନ୍ଦ୍ରରେ ଅଯଥାରେ ଭିଡ଼ ନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅନୁରୋଧ କରାଯିବା ସହ ଯେତେବେଳେ ଯାହାର ପାଳି ଆସୁଛି ସେମାନେ କେବଳ କେନ୍ଦ୍ରକୁ ଆସିବାକୁ ପରାମର୍ଶ ଦିଆଯାଉଛି । ଏହି ଟୀକାକରଣ ଉକ୍ତ ଦିନଗୁଡ଼ିକରେ ସକାଳ ୦୯ ରୁ ସନ୍ଧ୍ୟା ୦୫ ଘଣ୍ଟା ପର୍ୟ୍ୟନ୍ତ ଚାଲୁ ରହିବ । ପୁନଶ୍ଚ ଟୀକାନେବା ନିମନ୍ତେ ୧୮ ରୁ ୪୪ ବର୍ଷ ପାଇଁ ଯେଉଁମାନେ ଅନଲାଇନରେ ରେଜିଷ୍ଟ୍ରସନ କରାଇ ନାହାନ୍ତି ସେମାନେ ନିଶ୍ଚିତ ଭାବେ https://selfregistration.cowin.gov.in ରେ ପଞ୍ଜିକରଣ କରାଇ ସ୍ଲଟ ଅନୁସୂଚିତ କରାଇନେବାକୁ ଅନୁରୋଧ । ଆସନ୍ତା ୧୮ ତାରିଖ ସନ୍ଧ୍ୟା ୦୫-୦୦ ଘଂରୁ ପଞ୍ଜିକରଣ ନିମନ୍ତେ ସ୍ଲଟ ଖୋଲା ରହିବ ।

Leave A Reply

Your email address will not be published.