oom

ଲୁହା ସ୍କ୍ରାପ ବୋଝେଇ ପିକଅପ୍ ଭ୍ୟାନ ଜବତ ଓ ସହ ଦୁଇ ଅଭିଯୁକ୍ତ ଗିରଫ

jsmm

ବଅଁରପାଳ : ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ଗ୍ରାମପଞ୍ଚାୟତର ଜୋରାଗାଡିଆ ଛକ ନିକଟରୁ ଏକ ସ୍କ୍ରାପ ବୋଝେଇ ପିକଅପ୍ ଭ୍ୟାନକୁ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ବଅଁରପାଳ ପୋଲିସ୍ ଗିରଫ କରିଛି । ସୂଚନା ମୁତାବକ କଣ୍ଟାବଣିଆରୁ ଅନୁଗୁଳ ଅଭିମୁଖେ ଏକ ସ୍କ୍ରାପ ବୋଝେଇ ପିକଅପ୍ ଗାଡି ଓଡି୦୬ଏ୫୯୮୫ ଯାଉଥିବା ବେଳେ ଥାନା ଅଧିକାରୀଙ୍କ ନେତୃତ୍ବରେ ଏସ୍ ଆଇ ସତୀଶ କୁମାର ଲେଙ୍କା ପେଟ୍ରୋଲିଂ କରୁଥିବା ସମୟରେ ଗାଡ଼ିଟିକୁ ଅଟକାଇ ଯାଞ୍ଚ କରିଥିଲେ କ୍ଷ ଏହି ଗାଡିରେ ଦୁଇ ଟନ ଚୋରା ଲୁହା ସ୍କ୍ରାପ ବୋଝେଇ ହୋଇଥିବା ଜଣାପଡିଥିଲା । ଗାଡିକୁ ଜବତ କରିବା ସହ ଦୁଇ ଅଭିଯୁକ୍ତ ଶ୍ରବଣ ପଟେଲ (୨୮)ଓ ମନୋଜ ପଟେଲ(୩୦) ଗିରଫ କରାଯାଇଥିଲା । ଉଭୟଙ୍କ ଘର ବାରଣାସୀ ଅଞ୍ଚଳର ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଉଭୟଙ୍କୁ ଗିରଫ କରି ତାଙ୍କ ନାମରେ କେଶ୍ ନମ୍ଵର୍ ୧୯୧ – ତା.୧୬/୦୬/ ୨୦୨୧ ୟୁ/ଏସ୍‌ – ୩୭୯/୪୧୧/୩୪/ପିସି ମାମାଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।

jittmm
Leave A Reply

Your email address will not be published.