ଭୁବନେଶ୍ୱର, (କେପିଏନ୍ଏସ୍) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩୮୦୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୪୩୩୩୮କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୧୭୨ ଜଣ କ୍ୱାରେନ୍ଟାଇନ୍ରୁ ଏବଂ ୧୬୩୪ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୭୫, ବାଲେଶ୍ୱରରୁ ୨୨୦, ବରଗଡ଼ରୁ ୫୮, ଭଦ୍ରକରୁ ୧୫୮, ବଲାଙ୍ଗିରରୁ ୨୮, ବୌଦ୍ଧରୁ ୩୫, କଟକରୁ ୩୯୩, ଦେବଗଡ଼ରୁ ୩୦, ଢେ଼ଙ୍କାନାଳରୁ ୪୩, ଗଜପତିରୁ ୪୫, ଗଂଜାମରୁ ୩୬, ଜଗତସିଂହପୁରରୁ ୧୩୦, ଯାଜପୁରରୁ ୩୪୬, ଝାରସୁଗୁଡ଼ାରୁ ୧୯, କଳାହାଣ୍ଡିରୁ ୪୩, କନ୍ଧମାଳରୁ ୩୪, କେନ୍ଦ୍ରାପଡ଼ାରୁ ୧୪୫, କେଉଁଝରରୁ ୮୧, ଖୋର୍ଦ୍ଧାରୁ ୬୧୭, କୋରାପୁଟରୁ ୭୭, ମାଲକାନଗିରିରୁ ୭୫, ମୟୁରଭଂଜରୁ ୧୫୯, ନବରଂଗପୁରରୁ ୮୮, ନୟାଗଡ଼ରୁ ୧୩୪, ନୂଆପଡ଼ାରୁ ୩୧, ପୁରୀରୁ ୨୦୦, ରାୟଗଡ଼ାରୁ ୧୧୧, ସମ୍ବଲପୁରରୁ ୪୫, ସୋନପୁରରୁ ୩୬, ସୁନ୍ଦରଗଡ଼ରୁ ୧୧୯ ଓ ଷ୍ଟେଟ ପୁଲ୍ରୁ ୯୫ ଚିହ୍ନଟ ହୋଇଛନ୍ତି ।