pr

କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀଙ୍କ ହଠାତ୍ ଟିଟିଲାଗଡ ଗସ୍ତ

dr. purohit

ଟିଟିଲାଗଡ, (ଗୌରବ ଦରଜୀ) : ଆଜି ମାନ୍ୟବର ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ବଲାଙ୍ଗିର ଜିଲ୍ଲା ଗସ୍ତରେ ଥିବାବେଳେ ମାନ୍ୟବର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷୁରକାନ୍ତି ବେହେରାଙ୍କ ସହିତ ଆଲୋଚନା କରି ଟିଟିଲାଗଡ ଆସିବା ପାଇଁ ଅନୁରୋଧ କରିଥିଲେ। ଟିଟିଲାଗଡ ଗ୍ରସ୍ତ ସମୟରେ ପୂର୍ତ୍ତବିଭାଗ ଡାକ ବଂଗଳାରେ ଏକ ସମୀକ୍ଷା ବୈଠକ କରିଛନ୍ତି।

ଏହି ବୌଠକରେ ଆଲୋଚନା ପରେ ବେଡ୍‌ମିଷ୍ଟନ୍‌ ଇନ୍‌ଡୋର୍‌ ଷ୍ଟାଡିୟମ୍, ସ୍ୱିମିଂ ପୁଲ୍ ଓ ଅଭିମନ୍ୟୁ ମିନି ଷ୍ଟଡିୟମ ପରିଦର୍ଶନ କରି ମିନି ଷ୍ଟାଡିୟମ୍ ଠାରେ ଏକ ଓପନ ଜିମ, ହାଇ ଜମ୍ପ, ଲଂଗ୍ ଜମ୍ପ୍, ବାସ୍କେଟ୍ ବଲ କୋଚ୍, କ୍ରିକେଟ୍ ଆଦି ଖେଳର ଉନ୍ନତି ପାଇଁ ଟିଟିଲାଗଡ ଉପଜିଲ୍ଲାପାଳ ଓ ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କୁ ନିର୍ଦେଶ ଦେଲେ। ଉକ୍ତ ଗସ୍ତ ସମୟରେ ଟିଟିଲାଗଡ ଉପ ଜିଲ୍ଲାପାଳ, ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ବଡେଈ, ବିଜୁ ଜନତା ଦଳ ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ପ୍ରେମଚନ୍ଦ ଜେନ, ଅରୁଣ ମିଶ୍ର, ଅରୁଣ ବାଗ ତଥା ଖେଳାଳୀ ମାନେ ଉପସ୍ଥିତ ଥିଲେ। ଟିଟିଲାଗଡ ବ୍ଳକ ଅଧକ୍ଷା ରାମାକାନ୍ତି ପୁଟେଲ ଓ ବିଜୁ ଜନତା ଦଳ ନେତୃବୃନ୍ଦ ମଧ୍ୟ ଉପସ୍ଥିତ ଥିଲେ।

nrusinghnath
Leave A Reply

Your email address will not be published.