jayashree

ରକ୍ତଦାନ କଲେ ସ୍ୱଚ୍ଛାସେବୀ ଯୁବକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତକାଲି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କରିମୁଣ୍ଡା ଗ୍ରାମର ସିନ୍ଧୁସୁତା ଭୋଇ ବଲାଙ୍ଗିରର ଏକ ଘରୋଇ ନସିଂହୋମରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ତାଙ୍କ ଦେହରେ ରକ୍ତର ପରିମାଣ ମାତ୍ର ୪.୨ ଥିଲା । ତାଙ୍କ ସମ୍ପର୍କୀୟମାନେ ବ୍ଲଡ ବ୍ୟାଙ୍କରେ ଯୋଗାଯୋଗ କରିବା ସତ୍ୱେ ରକ୍ତର ଅଭାବୀ ପାଇଁ ପାଇ ପାରିନଥିଲେ । ଶେଷରେ ରୋଗୀଙ୍କ ଭଣଜା ରୁଦ୍ର ସାହୁ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜକୁ ଯୋଗାଯୋଗ କରି ରକ୍ତ ପାଇଁ ସହାୟତା ଲୋଡିଥିଲେ । ଆଜି ଜିଲ୍ଲା ଯୁବ କୁଲୁତା ସମାଜର କାର୍ୟ୍ୟକାରୀ ସଦସ୍ୟ ଅମିତ କୁମାର ପ୍ରଧାନ ରଣ୍ଡା ଗ୍ରାମର ସୁଜିତ ସାହୁଙ୍କୁ ରକ୍ତଦାନ ପାଇଁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ । କିନ୍ତୁ ସୁଜିତ ପାଖରେ କୌଣସି ଯାନବାହନ ନଥିବାରୁ ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇ ନିଜେ ରଣ୍ଡା ଗ୍ରାମକୁ ଯାଇ ସୁଜିତକୁ ଗାଡିରେ ବସେଇ ଆଣି ରକ୍ତଦାନ କରାଇଥିଲେ । ଯଦ୍ୱାରା ରୋଗୀ ନୂଆ ଜୀବନ ପାଇଥିବା ତାଙ୍କ ସମ୍ପର୍କୀୟମାନେ କହିଛନ୍ତି ।

Leave A Reply

Your email address will not be published.