oom

ଛତ୍ରପୁର ସହରର କିଛି ଗରିବ ପରିବାର ଲୋକଙ୍କୁ ରାସନ ବିତରଣ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରରର ଅଗ୍ରଣୀ ସଂଗଠନ ୟୁଥ ମାସ ସେବା ସଂଘ ଆନୁକୂଲ୍ୟରେ ମଙ୍ଗଳବାର ସନ୍ଧ୍ୟାରେ ସଂଘର କେତେଜଣ ଅଭିଜ୍ଞ-ସମ୍ପନ ସଦସ୍ୟଙ୍କ ତତ୍ତ୍ୱାବଧାନରେ ଛତ୍ରପୁର ସହରର ନିରୀହ ଗରିବ ପରିବାରଙ୍କୁ କୋରନାର ଦ୍ୱିତୀୟ ଲହରରେ ମଧ୍ୟ ଶୁଖିଲା ଖାଦ୍ୟ ବଣ୍ଟନ ବ୍ୟବସ୍ଥା କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୬୦ ଜଣଙ୍କୁ ତଥା ଗୋଟିଏ ପରିବାରର ଏକ ମାସର ରାସନ ଭରିଥିବା ଏକ ପେକେଜ ସମସ୍ତଙ୍କୁ ବିତରଣ କରାଯାଇଛି । ଛତ୍ରପୁର ସହରର ଜଣେ ସଫଳ ବ୍ୟବସାୟୀ, ବିଶିଷ୍ଟ ଧର୍ମପରାୟଣ ବ୍ୟକ୍ତି ସ୍ୱର୍ଗତ ଏସ.ଭି.ରାମା କ୍ରିଷ୍ଣା ରାଓଙ୍କ ସ୍ମରଣେ ତାଙ୍କ ଅନ୍ତେ ତାଙ୍କ ସୁପୁତ୍ର ଏସ. ରାମ ପ୍ରଭାକର ରାଓ ଓ ବୋହୁ ଏସ. ରମାଦେବୀଙ୍କ ସୌଜନ୍ୟରେ ଏହି କୋଭିଡ଼-୧୯ ଅବସର କାଳୀନ ସହାୟତା ବଣ୍ଟନ କରାଯାଇଛି । ଡାଲି, ଚୂଡ଼ା, ଚିନି, ତେଲ ମସଲା, ଆଦି ସଉଦା ସାମଗ୍ରୀ ଅବା ଶୁଖିଲା ଖାଦ୍ୟର ଏହି ପେକେଜ ନେଇ ଗରିବ ଲୋକ ଖୁବ ସନ୍ତୋଷବ୍ୟକ୍ତ କରିଛନ୍ତି । ୟୁଥ ମାସ ସେବା ସଂଘର ମୁଖ୍ୟ ପରିଚାଳକ ତଥା ସାଧାରଣ ସମ୍ପାଦକ ସୟେଦ ମୁକ୍ତାର ଏଭଳି ଧାର୍ମିକ ଆନୁଷ୍ଠାନିକ କାର୍ଯ୍ୟ କରିବାରେ ଅନେକ ସକ୍ରିୟ ବ୍ୟକ୍ତିବିଶେଷ୍ୟଙ୍କ ସାହାଯ୍ୟ ସହଯୋଗରେ ଏହି ସଂଗଠନ ପରିଚାଳନା କରି ଆସିଥିବା ନେଇ ସେ ଏହି ଅଞ୍ଚଳରେ ଭୂୟସୀ ପ୍ରସଂଶାର ପାତ୍ର ହୋଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୬୦ ଜଣଙ୍କୁ ଏହି ସହାୟତା ପ୍ରଦାନ କରାଯିବ ବୋଲି ସଂଗଠନ କର୍ତ୍ତୃପକ୍ଷ ଜଣାଇଛନ୍ତି ।

jittmm
Leave A Reply

Your email address will not be published.