ଜୁନ୍‌ ୨୨ ଯାଏ ଉତ୍ତରାଖଣ୍ଡରେ ବଢିଲା କରୋନା କର୍ଫ୍ୟୁ

ଉତ୍ତରାଖଣ୍ଡ : ଆଜି କରୋନା କର୍ଫ୍ୟୁକୁ ପୁଣି ବୃଦ୍ଧି କରିଛନ୍ତି ଉତ୍ତରାଖଣ୍ଡ ସରକାର । ପୁର୍ବରୁ ଲାଗୁ ହୋଇଥିବା କରୋନା କର୍ଫ୍ୟୁ ୧୫ ଜୁନ୍‌ରେ ଶେଷ ହେବାକୁ ଥିବା ବେଳେ ଆସନ୍ତା ଜୁନ୍‌ ୨୨ ଯାଏ ପୁଣି କର୍ଫ୍ୟୁକୁ ବୃଦ୍ଧି କରାଯାଇଛି । ତେବେ ଏହି କଟକଣାକୁ କିଛି ମାତ୍ରାରେ କୋହଳ ମଧ୍ୟ କରାଯାଇଛି। ଚାମୋଲି, ରୁଦ୍ରପ୍ରାୟାଗ୍ ଏବଂ ଉତ୍ତରକାଶିର ଲୋକଙ୍କୁ ବଦ୍ରିନାଥ, କେଦାରନାଥ ଏବଂ ଗଙ୍ଗୋତ୍ରି-ଯମୁନୋତ୍ରି ପରିଦର୍ଶନ କରିବାକୁ ଅନୁମତି ଦିଆଯାଇଛି ।କେବଳ ନେଗେଟିଭ ଆର୍‌ଟି-ପିସିଆର୍‌ ରିପୋର୍ଟ ଥିବା ଲୋକଙ୍କୁ ଏହି ଅନୁମତି ମିଳିବ।

Leave A Reply

Your email address will not be published.