oom

ନିଖୋଜ ବ୍ୟକ୍ତିଙ୍କ ଗଳିତ ଶବ ପାହାଡ଼ ଶିଖରରୁ ଉଦ୍ଧାର

jsmm

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ଅଲାତରା ଗ୍ରାମର ଶ୍ୟାମ ସୁନ୍ଦର ସାହୁ(୫୫) ଗତ ମଇ ମାସ ୨୯ ତାରିଖ ସକାଳ ୯ଟାରୁ ଘରୁ କୁଆଡ଼େ ନିଖୋଜ ହୋଇଯାଇଥିଲେ । ପରିବାର ବର୍ଗ ବହୁତ ଖୋଜାଖୋଜି କରିଥିଲେ ହେଁ ତାଙ୍କର କୌଣସି ସନ୍ଧାନ ପାଇ ନଥିବା ବେଳେ ଆଜି ନିକଟରେ ଥିବା ସୁନାମୁଖୀ ପାହାଡ଼ ଶିଖରରେ ଏକ ଶବ ପଡ଼ିରହିଥିବା ପାହାଡ଼ ଉପରକୁ ଶାଗ ତୋଳିବା ପାଇଁ ଯାଇଥିବା ଏକ ବ୍ୟକ୍ତିଙ୍କୁ ପଚାଗନ୍ଧ ଆସିଥିଲା, ଏହାକୁ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ତରଫରୁ ମ.ରାମପୁର ଥାନାକୁ ଖବର ଦେଇଥିଲେ । ଖବର ପାଇ ମ.ରାମପୁର ପୋଲିସ ପାହାଡ଼ ଶିଖରକୁ ଯାଇ ଗଳିତ ଶବକୁ ଜବତ କରିଛି । ଶବ ନିକଟରେ ଏକ ବିଷ ବୋତଲ ପଡ଼ିଥିବାବେଳେ ଏହି ମୃତ୍ୟୁ ରହସ୍ୟ ସନ୍ଦେହ ଘେରରେ ରହିଛି । ତେବେ ପରିବାର ତରଫରୁ ଏହାକୁ ହତ୍ୟା ମାମଲା ବୋଲି ଅଭିଯୋଗ କରିଛନ୍ତି । ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଥିବା ମ.ରାମପୁର ପୋଲିସ ତରଫରୁ ପ୍ରକାଶ ।

jittmm
Leave A Reply

Your email address will not be published.