ଓଡ଼ିଶା ପୋଲିସରେ ଏସ୍‌ଆଇ ଏବଂ କନଷ୍ଟେବଳ ପଦ ପାଇଁ ବାହାରିଲା ନିଯୁକ୍ତି : ଏଣିକି ରାଜ୍ୟରେ ପୋଲିସ୍ ପଦ ପଦବୀ ପାଇଁ ଆବେଦନ କରିପାରିବେ କିନ୍ନର

ଭୁବନେଶ୍ୱର : ଓଡ଼ିଶା ପୋଲିସରେ ୪୭୭ ସବ-ଇନିସପେକ୍ଟର ପଦବୀ ପାଇଁ ନିଯୁକ୍ତି ବାହାରିଥିବା ବେଳେ ୨୪୪ଟି କନଷ୍ଟେବଳ ପଦବୀ ପାଇଁ ବି ନିଯୁକ୍ତି ବାହାରିଛି । ଏନେଇ ଓଡ଼ିଶା ପୋଲିସ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଅନଲାଇନରେ ଆବେଦନ କରିବେ ଆଶାୟୀ । ଆପାତତଃ ୨୨ ତାରିଖ ସକାଳ ୯ଟାରୁ ଆବେଦନ କରିପାରିବେ । ଜୁଲାଇ ୧୫ ତାରିଖ ଆବେଦନ କରିବାର ଶେଷ ତାରିଖ । ତେବେ ଓଡ଼ିଶା ପୋଲିସରେ ସାଧାରଣ ବର୍ଗ ମାନଙ୍କ ଭଳି କିନ୍ନର ମାନେ ମଧ୍ୟ ଆବେଦନ କରିପାରିବେ ।

୧.ବୟସ :-
ପ୍ରାର୍ଥୀଙ୍କ ବୟସ ୨୧ ବର୍ଷରୁ କମ୍ ହୋଇ ନଥିବା । ୨୫ ବର୍ଷରୁ ଅଧିକ ହେବନି
ଏସସି/ଏସଟି/ମହିଳା/ଏସବିସି ବର୍ଗଙ୍କ ପାଇଁ ସର୍ବାଧିକ ବୟସ ସୀମାରେ ୫ ବର୍ଷ କୋହଳ

୨.ଶିକ୍ଷାଗତ ଯୋଗ୍ୟତା :-
କୌଣସି ବିଶ୍ୱବିଦ୍ୟାଳୟ ଅଧୀନରେ ସ୍ନାତକ ଡିଗ୍ରୀ ହାସଲ କରିଥିବେ

୩.ପରୀକ୍ଷା :-
ଅନଲାଇନରେ ଦୁଇଟି ପେପର ପରୀକ୍ଷା । ମୋଟ୍ ୩୦୦ ମାର୍କ ପରୀକ୍ଷା । ଭୁଲ୍ ଉତ୍ତର ପାଇଁ ନେଗେଟିଭ୍ ମାର୍କିଂ
ଅଛି ।
୪.ଶାରିରୀକ ପରୀକ୍ଷା :-
ଦୌଡ଼, ଲଙ୍ଗ ଜମ୍ପ

୪୭୭ ପଦବୀରୁ ଅନୁସୂଚିତ ଜାତିଙ୍କ ପାଇଁ ୭୮, ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ୧୦୭, ଏସଇବିସିଙ୍କ ପାଇଁ ୫୩, ସାଧାରଣ ବର୍ଗଙ୍କ ପାଇଁ ୨୩୯ ଟି ପଦବୀ ସଂରକ୍ଷିତ ରହିଛି । ସେହିପରି ଏକ୍ସ-ସର୍ଭିସ ମ୍ୟାନଙ୍କ ପାଇଁ ୧୪ ଓ ସ୍ପୋର୍ଟସ କୋଟାରେ ରହିଛି ୫ଟି ପଦବୀ । ୨୪୪ଟି କନଷ୍ଟେବଳ ପଦବୀ ପାଇଁ ବି ନିଯୁକ୍ତି ବାହାରିଛି ।

Leave A Reply

Your email address will not be published.