ନାରୀ ଶକ୍ତି ଫାଉଣ୍ଡେସନ ତରଫରୁ ଅମ୍ଲଜାନ ସିଲିଣ୍ଡର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅସହାୟଙ୍କ ପାଇଁ ସହାୟତାର ହାତ ବଢାଇବା ହଉକି ଗୁରୁତର ରୋଗୀଙ୍କୁ ରକ୍ତଦାନ କରି ଜୀବନ ବଞ୍ଚାଇବା । ସବୁ ସମୟରେ ଚର୍ଚ୍ଚାରେ ରହି ଆସିଛି ବଲାଙ୍ଗିର ଜିଲ୍ଲା ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନାରୀ ଶକ୍ତି ଫାଉଣ୍ଡେସନ । ଗତ ତା. ୧୦.୦୬.୨୦୨୧ରେ ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ସମୀର ଦିବ୍ୟାଙ୍ଗ ସହାୟୀକା ଟ୍ରଷ୍ଟ ସଦସ୍ୟ ବିଜୟ ଅଗୟୱାଲଙ୍କୁ ୨ ଟି ଅମ୍ଲଜାନ ସିଲିଣ୍ଡର ପ୍ରଦାନ କରାଯାଇଛି । ତେବେ ଏହି କାର୍ୟ୍ୟକ୍ରମରେ ଭାରତ ମହିଳା କ୍ରିକେଟ ଦଳର ଖେଳାଳୀ ରୋସନାରା ପରୱିନ୍‌ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ କରୋନା ମହାମାରୀ ସମୟରେ ଅମ୍ଲଜାନର ଆବଶ୍ୟକତାକୁ ଉପଲବ୍ଧି କରି ଏହି ପଦକ୍ଷେପ ନିଆଯାଇଛି ବୋଲି ଫାଉଣ୍ଡେସନର ସଦସ୍ୟା ନୂତନ ଦାସ କହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ସଂଗଠନର ବରିଷ୍ଠ ସଦସ୍ୟା ସନ୍ଧ୍ୟାରାଣୀ ପଣ୍ଡା, ପୂର୍ବତନ ପୌର ଅଧ୍ୟକ୍ଷା ସନ୍ତୋଷିନୀ ବେହେରା, ସରିତା ଦାସ, ଶ୍ରାବଣୀ ମେହେର, ସରିତା ବାଗ, ନୂତନ ସେନ୍ଦ୍ରିଆ, ଜଗଦମ୍ବା ନାଏକ ଏବଂ ଅଙ୍କିତା ମହାନ୍ତି ପ୍ରମୁଖ ସାମିଲ ଥିଲେ ।

jittmm
Leave A Reply

Your email address will not be published.