ତୈଳ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଧାରଣା ଓ ବିକ୍ଷୋଭ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : କେନ୍ଦ୍ର ସରକାରଙ୍କ ଟିକସ ବାହାନାରେ ତୈଳଜାତ ଦ୍ରବ୍ୟ ଯଥା- ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ଦର ଦାମ ବୃଦ୍ଧି ପ୍ରତ୍ୟାହାର ଦାବୀରେ ସାରା ରାଜ୍ୟରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ସକାଳ ୭ ରୁ ୧୧ ଘଟିକା ୪ ଘଣ୍ଟା ସମସ୍ତ ପେଟ୍ରୋଲ ପମ୍ପ ନିକଟରେ ଧାରଣା ଓ ବିକ୍ଷୋଭ ପ୍ରର୍ଦଶନ ପଇଁ ଡାକରା ଦିଆ ଯାଇଛି । ଏହି ପରିପେକ୍ଷୀରେ ଡେଲାଙ୍ଗ ବ୍ଲକ କଂଗ୍ରେସ କମିଟି ତରଫରୁ କଂଗ୍ରେସ ନେତୃବୃନ୍ଦ ତଥା କର୍ମୀମାନେ ଡେଲାଙ୍ଗର ବିଭିନ୍ନ ପେଟ୍ରୋଲ ପମ୍ପ ନିକଟରେ ସାଙ୍କେତିକ ଧାରଣା ଓ ବିକ୍ଷୋଭ ପ୍ରର୍ଦଶନ କରିଥିଲେ । ତୈଳ ଦର ବୃଦ୍ଧି ପ୍ରତ୍ୟାହାର ନହେଲେ ଆଗକୁ ଆନ୍ଦୋଳନ ଜୋରଦାର ହେବବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.