ଆସିଲା ମୌସୁମୀ, ଆଗକୁ ପ୍ରବଳ ବର୍ଷା

ଭୁବନେଶ୍ୱର : ଆସିଲା ମୌସୁମୀ । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ୪୮ ଘଂଟା ମଧ୍ୟରେ ସାରା ରାଜ୍ୟକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୂ ଛୁଇଁଯିବ ବୋଲି ଆକଳନ କରାଯାଇଛି । ମୌସୁମୀ ପ୍ରଭାବରେ ଆଜି ରାଜ୍ୟର ଦକ୍ଷିଣ ଓଡ଼ିଶା ଓ ବଲାଙ୍ଗୀରରେ ବର୍ଷା ହୋଇଛି । ଦୁଇଦିନ ଭିତରେ ସାରା ରାଜ୍ୟରେ ମୌସୁମୀ ବର୍ଷା ଛେଚିବ । ୧୧ରୁ ପ୍ରବଳ ବର୍ଷା ହେବାର ବି ସମ୍ଭାବନା ରହିଛି । ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଂଚଳରେ ପାଣି ପଶିବାର ସମ୍ଭାବନା ଥିବାରୁ ଏନେଇ ପ୍ରଶାସନିକ ସ୍ତରରେ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି ।

Leave A Reply

Your email address will not be published.