csstore

ସ୍ମାଟ କ୍ଳାସ ଶ୍ରେଣୀଗୃହ ଭିତ୍ତି ପ୍ରସ୍ତର ସ୍ଥାପନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଝାରେଡି ରାଧାଗୋବିନ୍ଦ ପୁର ଗ୍ରାମସ୍ଥିତ ଗାଣ୍ଡୁ ନାହାକ ଉଚ୍ଚ ବିଦ୍ୟାଳୟରେ ସ୍ମାର୍ଟକ୍ଳାସ ଶ୍ରେଣୀଗୃହର ଭିତ୍ତି ପ୍ରସ୍ଥର ସ୍ଥାପନ ହୋଇଯାଇଛି । ସ୍ଥାନୀୟ ଜିଲ୍ଲାପରିଷଦଙ୍କ ହାତ ପାଣ୍ଠିରୁ ୧୭ ଲକ୍ଷ ଅର୍ଥ ବ୍ୟୟ ଅଟକଳରେ ହେବାକୁଥିବା ସ୍ମାର୍ଟକ୍ଳାସ ଶ୍ରେଣୀଗୃହକୁ ଗଞ୍ଜାମ ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ବିଶ୍ୱଜିତ ରାୟ ମୁଖ୍ୟ ଅତିଥିଭାବେ ଯୋଗଦେଇ ଭିତ୍ତି ପ୍ରସ୍ଥର ସ୍ଥାପନ କରିଥିଲେ । ଆସିଷ୍ଟାଣ୍ଡ ଇଞ୍ଜିନିୟର ବଂଶୀଧର ପରିଡା, ଜିଲ୍ଲା ପରିଷଦ ପ୍ରତିନିଧି ଭାଷ୍କର ମହାପାତ୍ର, କନିଷ୍ଟ ଯନ୍ତ୍ରୀ ମଧୁସ୍ମିତା ପାଢ଼ୀ, ଏବିଇଓ ବିଜୟ ଚନ୍ଦ୍ର ବେହେରା, ପି.ଇ.ଓ ସଂଯୁକ୍ତା ବେହେରା, ପୂର୍ଵତ୍ତନ ସରପଞ୍ଚ ତୋଫାନ ନାହାକ ପ୍ରମୁଖଙ୍କ ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ, ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.