
ବଙ୍ଗୋମୁଣ୍ଡା, (ମନୀଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ପଂଚାୟତ ଉପାନ୍ତ ଇଲାକାରେ ଥିବା ଆଦିବାସୀ ବହୁଳ ଦାବଝର ଗାଁରେ ଆଜି ବିଜୁ ଜନତା ଦଳ ପକ୍ଷରୁ ଶତାଧିକ ଅସହାୟ ପରିବାର ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିରର ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ କୁମାର ଯୋଶୀଙ୍କ ନେତୃତ୍ୱରେ କରୋନା ମହାମାରୀରେ କୌଣସି କାମ ନ କରି ଘରେ ବସି ରହିଥିବା ଶତାଧିକ ଅସହାୟ ପରିବାରଙ୍କୁ ଶୁଖିଲା ଖାଦ୍ୟ ଯଥା ଚାଉଲ, ଆଲୁ, ଡାଲି, ପିଆଜ, ଚିନି ଓ ଚାହା ପତି ବଣ୍ଟନ କରିଥିଲେ । ଲକଡାଉନ୍ ଖୋଲିବା ପର୍ୟ୍ୟନ୍ତ ଏହି ଅସହାୟ ଲୋକ ମାନଙ୍କ ପାଇଁ ଏଭଳିି କାର୍ୟ୍ୟକ୍ରମ ଜାରି ରହିବ ବୋଲି ଶ୍ରୀ ଯୋଶୀ ସୂଚନା ପ୍ରଦାନ କରିଛନ୍ତି । ଏଥିରେ ଗାନ୍ଧୀ ବଗର୍ତ୍ତୀ ଉପସ୍ଥିତ ଥିଲେ । ଏଭଳିି ଅସହାୟ ମାନଙ୍କୁ ସହାୟତା କାର୍ୟ୍ୟକ୍ରମ ବିଭିନ୍ନ ସମୟରେ କରାଯାଉଥିବାରୁ ବୃଦ୍ଧିଜୀବୀ ମହଳରେ ପ୍ରଶଂସା କରାଯାଉଛି ।