ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହର ମଧ୍ୟରେ ଥିବା ଡ୍ରେନ୍ ଗୁଡ଼ିକରେ ଅଳିଆ ଆବର୍ଜନା ପୂରି ରହିଥିବା ଯୋଗୁଁ ଅନେକ ସ୍ଥାନରେ ସାମାନ୍ୟ ବର୍ଷାରେ କୃତିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସୂଚନା ଅନୁସାରେ ବଲାଙ୍ଗିର ପୌର ପରିଷଦ ଅନ୍ତର୍ଗତ ୧୩ ନମ୍ବର ୱାର୍ଡ ଡେ଼ଲି ମାର୍କେଟ୍ ପଛପାଖ ଅଂଚଳରେ ଏଭଳି ଅବ୍ୟବସ୍ଥାର ସାମ୍ନା କରିଛନ୍ତି ଅଂଚଳବାସୀ । ଏଇ ସାମାନ୍ୟ ବର୍ଷାରେ ଘର ଭିତରକୁ ପଶିଛି ଡ୍ରେନ୍ ପାଣି । ଏଣୁ ତୁରନ୍ତ ପୌର ପରିଷଦ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଡ୍ରେନ୍ ସଫେଇ କରାଇବାକୁ ସାଧାରଣରେ ଦାବୀ ହେଉଛି ।