oom

ଗଞ୍ଜାମ ସହରାଞ୍ଚଳରେ ପାନୀୟଜଳ ସମସ୍ୟା

jsmm

ଗଞ୍ଜାମ : (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରର ବିଭିନ୍ନ ୱାର୍ଡରେ ପାନୀୟଜଳ ସମସ୍ୟା ଦେଖାଦେଇଛି । ଗ୍ରୀଷ୍ମଦିନ ଯୋଗୁଁ ଷ୍ଟାଣ୍ଡପୋଷ୍ଟ ଓ ଗୃହମାନଙ୍କୁ ସଂଯୋଗ ହୋଇଥିବା ପାଇପରେ ଠିକ ଭାବେ ପାଣି ଆସୁନଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି । ସହରର ୩ ନମ୍ବର ୱାର୍ଡରେ ଦୁଇମାସ ହେଲା ପାଇପମାନଙ୍କରେ ଠିକ୍‌ ଭାବେ ଜଳଯୋଗାଣ ହେଉନଥିବା ବାରମ୍ବାର ଅଭିଯୋଗ ଶେରଇଛି ହେଲେ ଏହା କାର୍ୟ୍ୟକାରୀ ନହେବାରୁ ଗଞ୍ଜାମ ନଗର କଂଗ୍ରେସ ସମ୍ପାଦକ ଟୁନା ଶତପଥି ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ୟ୍ୟାଳୟରେ ଲେଖିତ ଅଭିଯୋଗ କରିଥିବା ଶୁଣିବାକୁ ମିଳିଛି ସେହିପରି ଦାମୋଦରପୁର ଗ୍ରାମରେ ୧୧ ଓ ୧୨ ନମ୍ବର ୱାର୍ଡରେ ଲୋକେ ଠିକ୍‌ ଭାବେ ପାନୀୟଜଳ ପାଉନଥିବା ବେଳେ ପାନୀୟ ଜଳ ବିଲ୍‌ ପ୍ରତ୍ୟେକ ମାସର ବାନ୍ଧିବା ହିଁ ସାର ହେଉଥିବା ଅଭିଯୋଗ ହେଉଛି । ସୋମବାର ବିଦ୍ୟୁତ ବିଛିନ୍ନ ହୋଇଥିବା ଯୋଗୁଁ ଠିକ୍‌ରେ ଲୋକଙ୍କୁ ପାନୀୟ ଜଳ ଯୋଗାଣ ହୋଇପାରିଥିଲା । ଜନ ସ୍ଵାସ୍ଥ୍ୟ ବିଭାଗୀୟ କର୍ତ୍ତୁପକ୍ଷ ସହରାଞ୍ଚଳରେ ଲାଗିରହିଥିବା ପାନୀୟ ଜଳ ସମସ୍ୟାକୁ ଗୁରୁତ୍‌ତ୍ୱର ସହ ନେଇ ପ୍ରତ୍ୟେକ ୱାର୍ଡକୁ ଠିକ୍‌ ଭାବେ ଜଳଯୋଗାଣ କରିବା ନିମନ୍ତେ ପଦକ୍ଷେପ ନେବାକୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଦୃଢ଼ ଦାବୀ ହେଉଛି ।

jittmm
Leave A Reply

Your email address will not be published.