ପାକିସ୍ତାନରେ ଟ୍ରେନ୍ ଦୁର୍ଘଟଣା : ୫୧ ମୃତ, ଶତାଧିକ ଆହତ

କରାଚି : ପାକିସ୍ତାନର ଦକ୍ଷିଣ ସିନ୍ଧ ପ୍ରଦେଶରେ ସୋମବାର ସକାଳେ ଏକ ଏକ୍ସପ୍ରେସ ଟ୍ରେନ ଅନ୍ୟଏକ ଟ୍ରେନର ପଟରିରୁ ଓହ୍ଲାଇ ଯାଇଥିବା ବଗି ସହ ଧକ୍‌କା ହେବା ଫଳରେ ୫୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହାକୁ ନିକଟ ଅତୀତରେ ଦେଶରେ ଘଟିଥିବା ସବୁଠାରୁ ବଡ ଟ୍ରେନ୍ ଦୁର୍ଘଟଣା କୁହାଯାଉଥିବା ବେଳେ କର୍ତ୍ତୃପକ୍ଷ ସେନା ତଥା ସାମରିକ ବାହିନୀକୁ ଆହ୍ୱାନ କରି ଉଦ୍ଧାର କାର୍ୟ୍ୟରେ ସହାୟତା କରିଛନ୍ତି ।

ପାକିସ୍ତାନ ରେଳବାଇ ମୁଖପାତ୍ର କହିଛନ୍ତି ଯେ, କରାଚି-ସରଗୋଧା ମିଲ୍ଲତ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇ ପଟରିରୁ ଓହ୍ଲାଇ ଯାଇଥିଲା ଏବଂ ସାମ୍‌ନା ପଟରିରେ ପଡ଼ିଯାଇଥିଲା । ଫଳରେ ରାୱଲପିଣ୍ଡି-କରାଚି ଅଭିମୁଖେ ଆସୁଥିବା ଟ୍ରେନ୍‌ ‘ସାର୍ ସୟଦ ଏକ୍ସପ୍ରେସ’ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ହେତୁ ମିଲ୍ଲତ ଏକ୍ସପ୍ରେସର ବଗିଗୁଡ଼ିକ ଓଲଟି ପଡିଥିଲା । ଏହି ଘଟଣା ସିନ୍ଧର ଘୋଟକି ଜିଲ୍ଲାର ଢ଼ର୍କି ସହର ନିକଟରେ ଘଟିଛି ।

Leave A Reply

Your email address will not be published.