csstore

ଜନ୍ମଦିନରେ ଅନାଥ ଶିଶୁଙ୍କ ମୁହଁରେ ହସ ଫୁଟାଇଲେ ଜଗତପତି ଦାନୀ

ଦେଓଗାଁ, (ମନୀଷ କୁମାର ସାହୁ) : ଜନ୍ମଦିନରେ ଲୋକେ ମଜାମସ୍ତି କରି ଘର ଲୋକ, ସାଙ୍ଗ ସାଥିଙ୍କ ସାଙ୍ଗରେ ସମୟ ବିତାଇ ପାର୍ଟି, ଭୋଜି ଭାତି କରିଥାନ୍ତି । କିନ୍ତୁ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ବୁର୍ଡା ଗାଁର ଜଗତପତି ଦାନୀ ନାମକ ଜଣେ ଯୁବକ ତାଙ୍କ ଜନ୍ମଦିନରେ ଅନାଥ ଶିଶୁଙ୍କ ମୁହଁରେ ଫୁଟାଇଲେ ହସ ।
ସୋମବାର ତାଙ୍କ ଜନ୍ମଦିନ ଥିବା ବେଳେ ସେ ଦେଓଗାଁ ବ୍ଲକ ସାଲେପାଲି ସ୍ଥିତ ଜଗତବନ୍ଧୁ ବିଶ୍ଵ ଭାରତୀ ଶିକ୍ଷା ନିକେତନରେ ଉପସ୍ଥିତ ରହି ଅନାଥ ଶିଶୁମାନଙ୍କ ସହ ମିଶି ତାଙ୍କ ଜଳପାନରେ କିଛି ଖାଦ୍ୟ, ମିଷ୍ଟାନ୍ନ ଦେବା ସହ କିଛି କିଛି କପଡା ମଧ୍ୟ ପ୍ରଦାନ କରିଥିଲେ । ଏହି କାର୍ୟ୍ୟକ୍ରମରେ ତାଙ୍କ ବନ୍ଧୁ ଅମିତ ଦାଶ ଓ ଚି଼ଙ୍କୁ ପ୍ରଧାନ ସହଯୋଗ କରିଥିଲେ । ଏନେଇ ଜଗତପତୀ କହିଛନ୍ତି ଯେ, ମୋର ଜନ୍ମଦିନ ଭଳି ପବିତ୍ର ଦିନରେ ମୁଁ ଅନାଥାଶ୍ରମକୁ ଆସି ଅନ୍ତେବାସୀମାନଙ୍କ ସହ ମିଶି ଅନାଥଙ୍କ ମୁହଁରେ କିଛି ହସ ଦେଇ ପାରିଥିବାରୁ ଶାନ୍ତି ଅନୁଭବ କରୁଛି ।

jayashree
Leave A Reply

Your email address will not be published.