oom

ରାଧାକୃଷ୍ଣ ମନ୍ଦିର ଠାରେ ଅମୃତ ଧାରା ପ୍ରକଳ୍ପ ଉଦ୍‌ଘାଟିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଭୀମ ଭୋଇ ମେଡିକାଲ କଲେଜ ହସ୍‌ପିଟାଲ ସମ୍ମୁଖରେ ଥିବା ରାଧାକୃଷ୍ଣ ମନ୍ଦିର ଠାରେ ଏକ ଅମୃତଧାରା ପ୍ରକଳ୍ପ ବଲାଙ୍ଗିରର ଉପଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ତୁଷୁରା ତହସିଲଦାର ଚନ୍ଦ୍ରମଣି ନାଗଙ୍କୁ କୋଭିଡ୍‌ ଯୋଦ୍ଧା ଭାବରେ ଉପଜିଲ୍ଲାପାଳ ଶ୍ରୀ ଧରୁଆ ମାନପତ୍ର ଓ ଉପଢୈାକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଜିଲ୍ଲା ରେଡକ୍ରସ୍‌ ସୋସାଇଟିର ଉପାଧ୍ୟକ୍ଷ ବିଷ୍ଣୁ ପ୍ରସାଦ କେଡିଆଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ ମାରୱାଡି ମହିଳା ସମିତିର ଅଧ୍ୟକ୍ଷା ନିରୁଦେବୀ ଅଗ୍ରୱାଲ, ସମ୍ମେଳନର ସଂପାଦକ ମୋହନଲାଲ ଅଗ୍ରୱାଲ, ଜିଲ୍ଲା ବ୍ୟବସାୟୀ ସଂଘର ସଂପାଦକ ବଳରାମ ଅଗ୍ରୱାଲ, ବରିଷ୍ଠ ରୋଟାରିଆନ ଭଜନଲାଲ ଅଗ୍ରୱାଲ, ଯୁବାମଞ୍ଚର ଅଧ୍ୟକ୍ଷ ଅମିତ ଚୈାଧୁରୀ, ସଂପାଦକ ଭିଲେସ ଜୈନ, ପୂର୍ବତନ ସଭାପତି ଆଶିଷ ଚୈାଧୁରି, ବିରେନ ଅଗ୍ରୱାଲ, ମହିଳା ସମିତିର ମୀରାଦେବୀ କେଜ୍ରିୱାଲ, ଶାନ୍ତିଲତା, କଳ୍ପନା ଅଗ୍ରୱାଲ ତଥା ବାବୁଲାଲ ଖେଡିଆ ବିଶେଷ ଭାବରେ ସହଯୋଗ କରିଥିଲେ । ମହିଳା ସମିତିର ସଦସ୍ୟା ରୁକମା ଅଗ୍ରୱାଲଙ୍କ ଶାଶୁ ସୁଭଦ୍ରା ଦେବୀ ତଥା ବରିଷ୍ଠ ଯୁବମଞ୍ଚର କର୍ମକର୍ତ୍ତା ଗଜାନନ ଅଗ୍ରୱାଲଙ୍କ ପିତା ନରସିଂହ ଅଗ୍ରୱାଲ ଏବଂ ଶାନ୍ତିଲତା ଅଗ୍ରୱାଲଙ୍କ ୫୦ତମ ବିବାହ ବାର୍ଷିକ ଉପଲକ୍ଷେ ଏହି ପ୍ରକଳ୍ପ ସ୍ଥାପନ କରାଯାଇଥିଲା । ରୋଟାରିଆନ ମନୋଜ ଅଗ୍ରୱାଲ ଉପସ୍ଥିତ ଅତିଥି ତଥା ସମସ୍ତ କର୍ମକର୍ତ୍ତାଙ୍କୁ ଯୋଗ ଦେଇଥିବାରୁ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.