ଧାନ କିଣା ସମସ୍ୟାକୁ ନେଇ ଜିଲ୍ଲାପାଳ ଓ ଯୋଗାଣ ଅଧିକାରୀଙ୍କୁ ଭେଟିଲା କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲାରେ ରବିଋତୁରେ ଅମଳ ହୋଇଥିବା ଧାନକୁ ଚାଷୀମାନେ ବିକ୍ରୟ କରିବା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଧାନକିଣା କୁ ନେଇ ପ୍ରଶାସନ ତରଫରୁ ହେଉଥିବା ଅବହେଳାକୁ ବର୍ଦ୍ଦାଶ କରାଯିବ ନାହିଁ ବୋଲିି କିସାନ କଂଗ୍ରେସ ଚେତାବନୀ ଦେଇଛି । ଜିଲ୍ଲା କଂଗ୍ରେସ କମିଟି ସଭାପତି ଦିଲିପ ବେହେରା ଓ କିସାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ରଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଆଜି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରଣା ଓ ଯୋଗାଣ ଅଧିକାରୀ ମାଝିବାବୁକୁ ଭେଟି ଆଲୋଚନା କରିଛନ୍ତି । ସେବା ସମବାୟ ସମିତିମାନଙ୍କରେ ପଞ୍ଜିକରଣ ହୋଇଥିବା ଧାନର ୧/୧୦ କିଣା ହୋଇନାହିଁ । କିନ୍ତୁ ଟାର୍ଗେଟ ହୋଇନାହିଁ ବୋଲି ଚାଷୀମାନଙ୍କୁ ଫେରାଇ ଦିଆଯାଉଛି । ଅପରପକ୍ଷରେ ଜଳ ସେଚିତ ଜମିର ପଞ୍ଜିକରଣ ହୋଇଥିବା ବେଳେ ଭୂତଳ ଜଳ ପ୍ରକଳ୍ପ ଦ୍ୱାରା ଚାଷ ହୋଇଥିବା ଜମିର ପଞ୍ଜିକରଣ ମଧ୍ୟ ହୋଇନାହିଁ । ଏହି ସମସ୍ୟାର ସମାଧାନ ତଥା ୨ ଦିନ ମଧ୍ୟରେ ସମସ୍ତ ଅମଳ ଧାନକୁ କିଣିବା ପାଇଁ ଅନୁରୋଧ କରାଯାଇଥିଲା । ଏହି ସମସ୍ୟାର ସମାଧାନ ନ ହେଲେ ଜିଲ୍ଲା କଂଗ୍ରେସ ପକ୍ଷରୁ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗଦନ ବେହେରା, ରମାକାନ୍ତ କୁମ୍ଭାର, ତିର୍ଥ ସାହୁ, ଗୌରାଙ୍ଗ ସାହୁ, ବୃନ୍ଦାବନ ପଟେଲ, ଯଦୁ ପଧାନ, ଗୌର ବେହେରା, ଧ୍ରୁବ ପଟେଲ, ଶ୍ୟାମ ସାଇଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

9 − six =