jayashree

ବ୍ଳକ କାର୍ଯ୍ୟାଳୟ ପରିସରରେ ଥିବା ଅମୃତଧାରା ଅଚଳ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ କାର୍ଯ୍ୟାଳୟରେ ଥିବା ଅମୃତଧାରା ଦୀର୍ଘ ଦିନ ଧରି ଅଚଳ ହୋଇପଡିଛି । ଯାହା ଫଳରେ ବ୍ଳକକୁ ଆସୁଥିବା ଲୋକମାନେ ପାନୀୟ ଜଳ ଟିକିଏ ପାଇଁ ହଇରାଣ ହେଉଛନ୍ତି । ହେଲେ ଅତି ପାଖରେ ଅଛି ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ବେଲପଡା ବ୍ଳକ ଓ ଜଳ ଯୋଗାଣ ବିଭାଗ କେତେ ଯେ ଅବହେଳା ତାହା ସହଜରେ ଅନୁମେୟ । ବ୍ଳକ କାର୍ଯ୍ୟାଳୟରେ ଥିବା ଅମୃତ ଧାରା ଦୀର୍ଘ ଦିନ ଧରି ଅଚଳ ହେଇଥିଲେ ହେଁ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡ଼ୁ ନ ଥିବା ବେଳେ ଗ୍ରାମାଞ୍ଚଳର ଅବସ୍ଥା କେମିତି ରହୁଥିବ ବୋଲି ମତ ପ୍ରକାଶ ପାଉଛି । ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ବ୍ଳକ କାର୍ଯ୍ରାଳୟରେ ଥିବା ଅମୃତ ଧାରାକୁ ସଚଳ କରିବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.