csstore

ଆମ୍ବପାଲି ଓ ଡୁଙ୍ଗୁରିପାଲି ପଞ୍ଚାୟତରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଯୋଗଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଆମ୍ବପାଲି ଓ ଡୁଙ୍ଗୁରିପାଲି ପଞ୍ଚାୟତରେ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ରହିମ ପଧାନ ଓ ସତ୍ୟପ୍ରିୟ ସାହୁଙ୍କୁ ଦାୟିତ୍ବ ଦିଆଯାଇଛି । ତେବେ ଏହି ଦୁଇଟି ପଞ୍ଚାୟତରେ ଦୁଇ ଜଣ ପିଇଓଙ୍କ ମୃତ୍ୟୁ ହେବା ପରେ ପଦବୀ ଖାଲି ପଡିଥିଲା ଯାହାକୁ ନେଇ ସଇଁନ୍ତଲା ବିଡ଼ିଓ ଦେବାଶିଷ ସାମଲଙ୍କ ନିର୍ଦ୍ଦେଶ କ୍ରମରେ ଦୁଇଟି ପଞ୍ଚାୟତରେ ଦୁଇଜଣଙ୍କୁ ନିଯୁକ୍ତ କରାଯାଇଛି । ଦାୟିତ୍ୱ ଗ୍ରହଣ ନେବା ବେଳେ ମାଜିଷ୍ଟ୍ରେଟ ଭାବରେ ସଇଁନ୍ତଲା ଅତିରିକ୍ତ ତହସିଲଦାର ଯୁଗେଶ୍ଵର ଧରୁଆ, ଜିପିଇଓ ଲକ୍ଷଣ ପଧାନ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପାଣ୍ଡବ ସାହୁ, ଆମ୍ବପାଳି ସରପଞ୍ଚ କ୍ଷୀର ଭରାସାଗର, ଡୁଙ୍ଗୁରିପାଲି ସରପଞ୍ଚ ସୁଫଳ ମାଝୀଙ୍କ ଉପସ୍ଥିତରେ ଦୁଇଜଣଙ୍କୁ ପଞ୍ଚାୟତରେ ଭଣ୍ଡାର ଦାୟିତ୍ୱ ଦିଆଯାଇଛି ।

jayashree
Leave A Reply

Your email address will not be published.