oom

ସୋନଗଡ଼ ନଦୀରେ ବେଆଇନ ବାଲି ଚୋରା ଚାଲାଣ ଯୋଗୁଁ ପାନୀୟ ଜଳ ଉପରେ ପଡୁଛି ପ୍ରଭାବ : ଏବେଠୁ ସଜାଗ ନ ହେଲେ ଭବିଷ୍ୟତରେ ହୋଇପାରେ ସଙ୍କଟ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଘର ନିର୍ମାଣ ହେଉ କି ସରକାରୀ କୋଠା ରାସ୍ତା ନିର୍ମାଣ ହେଉ ସବୁ ଠାରେ ଆବଶ୍ୟକ ପଡ଼ୁଛି ନଦୀ ବାଲି । ଦେଓଗାଁ ବ୍ଳକରେ ପ୍ରଭାବିତ ହେଉଥିବା ସୋନଗଡ଼ ବାଲି ଅନ୍ୟ ସମସ୍ତ ନଦୀ ବାଲି ଠାରୁ ଅଧିକ ଉନ୍ନତ ତେଣୁ କେବଳ ଦେଓଗାଁ ବ୍ଳକବାସୀ ନୁହେଁ ଅନ୍ୟ ବ୍ଳକ ଓ ବଲାଙ୍ରି ସହରକୁ ମଧ୍ୟ ବାଲି ଚାଲାଣ ହେଉଛି । ହେଲେ ସରକାରୀ ନିୟମ ଅନୁସାରେ ବାଲି ଚାଲାଣ ହେଉ ନଥିବାରୁ କ୍ରମଶଃ ଆଗ ପରି ବର୍ତ୍ତମାନ ପାନୀୟ ଜଳ ଉତ୍ସ ବନ୍ଦ ହେଉଛି ।ଯାହା ଫଳରେ ନଦୀ କୂଳରେ ନୁହେଁ ନଦୀର ମଧ୍ୟ ଭାଗରେ ପୂଅଁ ଖୋଳି ମଧ୍ୟ ପାଣି ପାଇବାରୁ ବଞ୍ଚିତ ହେଉଥିବା ଦେଖାଯାଉଛି । ସୂଚନା ଯୋଗ୍ୟ ଯେ, ଦେଓଗାଁ ତହସିଲ ଅଧିନରେ ଥିବା ସୋନଗଡ଼ ନଦୀରୁ ଲିଜ ମାଧ୍ୟମରେ ବାଲି ଉଠାଣ କରିବା ଥିବା ବାଲି କ୍ୟାରୀରୁ ଯେତେ ପରିମାଣରେ ବାଲି ଉଠାଇବାକୁ ସରକାରଙ୍କ ଠାରେ ଲିଜ ଧାରୀ ଚୁକ୍ତି ହୋଇଥାଏ ତାହା ଠାରୁ ଅଧିକ ସଂଖ୍ୟାରେ ବାଲି ଉଠାଯାଇଥାଏ । ସରକାରୀ ନିୟମ ଅନୁସାରେ ଗୋଟିଏ ଟ୍ରିପ ବାଲିକୁ ଗୋଟିଏ ୱାଇ ଫର୍ମ ହିସାବରେ ସରକାର ହିସାବ ରଖୁଥିବା ବେଳେ ବିନା ୱାଇ ଫର୍ମରେ ବାଲି ଉଠାଇ ସରକାରଙ୍କୁ ଠକୁ ଥିବା ପରଂପରା ରହିଛି । କେବଳ ବାଲି କ୍ୟାରିରୁ ନୁହେଁ ଇଚ୍ଛା ମୁତାବକ ସ୍ଥାନରୁ ଯଥା ପାନୀୟ ଜଳ ପାଇଁ ଖୋଳା ଯାଇଥିବା ଇନଟେକ ୱେଲ ନିକଟରୁ ମଧ୍ୟ ବାଲି ଚାଲାଣ କରାଯାଉ ଥିବାରୁ ଇନଟେକ ୱେଲ ବିପଦ ପରିସ୍ଥିତିରେ ରହୁଛି । ତହସିଲ ପକ୍ଷରୁ ଲିଜଧାରୀମାନେ କେତେ ବାଲି ଉଠାଉଛନ୍ତି ଓ କେଉଁଠାରୁ ଉଠାଯାଉଛି କୌଣସି ତଦାରଖ କରାଯାଉ ନ ଥିବାରୁ ଆଗାମୀ ଦିନରେ ପାନୀୟ ଜଳ ସମସ୍ୟା ନିଶ୍ଚିତ ଭାବେ ବିପଦ ପରିସ୍ଥିତି ସୃ‌ଷ୍ଟି କରିବ ବୋଲି ବିଭାଗ ପକ୍ଷରୁ ଜଣାପଡ଼ୁଛି । ଏ ସଂକ୍ରାନ୍ତରେ ଦେଓଗାଁ ବ୍ଳକ ପାନୀୟ ଜଳ ଯୋଗାଣ ବିଭାଗର ଜଣେ ଯନ୍ତ୍ରୀ କହିଛନ୍ତି ଯେ, ବାଲି ଉଠାଣ ଦ୍‌ଦ୍ୱାରା ପାଣିକୁ ବାଲି ରଖି ପାରୁନାହିଁ । ଏପରି କ୍ରମାଗତ ଭାବେ ଚଳିଲେ ମାଟି ଭିତର ପାଣି ମଧ୍ୟ ଶୁଖିଲା ହେବ ବୋଲି କହିଛନ୍ତି । ପ୍ରକାଶ ଥାଉ କି, ଦେଓଗାଁ ବ୍ଳକର ସିଂହାମୁଣ୍ଡା, ଟେପ୍ରେନ, ବନ୍ଧପଡ଼ା, ଅଫାମରା, ଅନ୍ତର୍ଲା, ବିଲାସପୁର, ଧଣ୍ଡାମାଲ, ଡଙ୍ଗରପଡ଼ା, ସାରସମାଲ, ସିଲେଟକାନୀ, ବଡ଼ବନ୍ଧ, ସିକୁଆଁ, ଅର୍ଡ଼ା, ଗାଈବାହାଲ, ମୁରସିଂ, କୁତୁର୍ଲା, ଦେଓଗାଁ, କଛାରପାଲି, ହାତୀସରା, ନାଇକେନଶିରା, ଚନ୍ଦ୍ରପୁର, ଜରାସିଂହା, ବରକାନୀ, ସାଲେପାଲି, କୁଲିହାବାହାଲ ସେହିପରି ବଲାଙ୍ଗିର ସଦର ବ୍ଳକର ଭୂତିଆରବାହାଲ, କୁଠୁର୍ଲା ଓ ଗୁଡ଼ଭେଲା ବ୍ଲକର ସରଗଡ଼ା, ସିନ୍ଧିରିବାହାଲ ଓ ଟେବଡ଼ାମୁଣ୍ଡା, ଚାଟିପଦର, ତୁଷୁରା, ଖର୍ଡ଼ା, ଲିଖିରିଆ, ଗାଁରେ ପାନୀୟ ଜଳ ଯୋଗାଣ ପାଇଁ ନଦୀରେ ଖନନ କରାଯାଇଥିବା ଇନଟାକ ୱେଲ ସବୁ ଗୁରୁତର ଭାବେ ପ୍ରଭାବିତ ହୋଇ ଏକ ପ୍ରକାର ଅକାମୀ ହୋଇପଡିଛି । ଫଳରେ ଲୋକମାନେ ବାଧ୍ୟ ହୋଇ ବନ୍ଧ ଓ କଟାର ପାଣି ସଂଗ୍ରହ କରି ପିଉଛନ୍ତି । ଆଗାମୀ ଦିନରେ ବାଲି ଚାଲାଣ ପ୍ରତି ସଜାଗ ନହେଲେ ଗୁରୁତର ଅବସ୍ଥା ହେବ ବୋଲି ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

jittmm
Leave A Reply

Your email address will not be published.