ଗତ ୨୪ ଘଣ୍ଟା ମଧ୍ୟରେ ୪୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଲେ

ଭୁବନେଶ୍ୱର : ଗତ ୨୪ ଘଣ୍ଟା ମଧ୍ୟରେ ୪୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୮୭୩କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ସର୍ବାଧିକ ସୁନ୍ଦରଗଡ଼ ଜିଲ୍ଲାରୁ ୫ଜଣ ହୋଇଥିବା ବେଳେ କଳାହାଣ୍ଡି, କଟକ ଜିଲ୍ଲାରୁ ୪ଜଣ ରହିଛନ୍ତି । ବୌଦ୍ଧ, ଝାରସୁଗୁଡ଼ା, ଖୋର୍ଦ୍ଧା ଜିଲ୍ଲାରୁ ୩ଜଣ ଲେଖାଏଁ ରହିଥିବା ବେଳେ ଅନୁଗୁଳ, ବାଲେଶ୍ୱର, ବଲାଙ୍ଗିର, ଦେଓଗଡ଼, ଗଜପତି, କେନ୍ଦ୍ରାପଡ଼ା ନବରଙ୍ଗପୁର, ରାୟଗଡ଼ ଜିଲ୍ଲାରୁ ୨ଜଣ ଲେଖାଏଁ ରହିଛନ୍ତି । ସେହିପରି ବରଗଡ଼, ଭଦ୍ରକ , ଗଞ୍ଜାମ, ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.