କଟକ ସହରର ଉର୍ଦ୍ଦୁ ସାହିତ୍ୟ ଅଧ୍ୟାପିକାଙ୍କ କୋରନାରେ ଦେହାନ୍ତ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : କଟକ ସହରର ନିମସାହିରେ ଅବସ୍ଥାପିତ ମକାମ ମହାବିଦ୍ୟାଳୟର ଉର୍ଦ୍ଦୁ ସାହିତ୍ୟର ଅଧ୍ୟାପିକା ଶ୍ରୀମତୀ ସାଇର ବିବି କୋରନା ସଂକ୍ରମଣରେ ଆକ୍ରାନ୍ତ ହୋଇ ଗତ ୩୧ ତାରିଖ ରାତିରେ ସୃଷ୍ଟି ହସ୍ପିଟାଲରେ ମୃତ୍ୟୁବରଣ କରିଥିବା ତାଙ୍କ ପରିବାର ବର୍ଗଙ୍କ ଠାରୁ ସୂଚନା ମିଳିଛି । ଏନେଇ ଉକ୍ତ ମହାବିଦ୍ୟାଳୟରେ ଏବଂ ସେହି ସାହିରେ ଏକଥା ଶୁଣି ସମସ୍ତେ ଶୁଣି ସ୍ତବ୍ଧ ହୋଇଯାଇଛନ୍ତି । ଏହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଆମର ଆତ୍ମାର ସଦଗତିର କାମନା କରିଛନ୍ତି । ତାଙ୍କ ପରିବାରରେ ଦାରୁଣ ଦୁଃଖ ଲାଗିଛି, ସେମାନଙ୍କ ପରିବାର ଲୋକଙ୍କୁ ସାହସ ଓ ଧୌର୍ୟ୍ୟ, ଶକ୍ତି ଈଶ୍ୱର ପ୍ରଦାନ କରନ୍ତୁ । ଏହା ହି ଶୋକସନ୍ତପ୍ତ ପରିବାରଙ୍କଠାରେ ସ୍ଥାନୀୟ ବାସୀ କାମନା କରିଛନ୍ତି ।

Leave A Reply

Your email address will not be published.