csstore

ଝାରବନ୍ଧ ଜୁନିୟର କଲେଜରେ ନୂତନ ଅଧ୍ୟକ୍ଷଙ୍କ ଯୋଗଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଝାରବନ୍ଧ ସ୍ଥିତ ଜୁନିୟର କଲେଜରେ ଆଜି ନୂତନ ଅଧ୍ୟକ୍ଷ ଭାବରେ ଅର୍ଥଶାସ୍ତ୍ର ବିଭାଗର ବରିଷ୍ଠ ଅଧ୍ୟାପକ ପ୍ରମୋଦ କୁମାର ସାହୁ ଦାୟିତ୍ଵ ଗ୍ରହଣ କରିଛନ୍ତି । ପ୍ରକାଶ ଥାଉକି ଶ୍ରୀ ସାହୁ ମହାମାରୀ କରୋନା ସମୟରେ କଲେଜ ବନ୍ଦ ଥିବା ଯୋଗୁଁ ଗତବର୍ଷ ଲକ୍ ଡାଉନ ସମୟରେ ଛାତ୍ରଛାତ୍ରୀ ମାନଙ୍କ ମଙ୍ଗଳ ନିମିତ୍ତ ଏକ “ପ୍ରମୋଦ ସାର” ନାମରେ ଏକ ନିଶୁଳ୍କ ୟୁଟୁବ ଚ୍ୟାନେଲ ଖୋଲି ପ୍ରାୟତଃ ଷାଠିଏ ଟି ଭିଡ଼ିଓ ଅପଲୋଡ କରିଥିଲେ। ଏହାକୁ ଓଡ଼ିଶା, ଭାରତ ଓ ବିଦେଶରୁ ହଜାର ହଜାର ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି । ଏଥିରେ ଗ୍ରନ୍ଥାଗାର ଚିନ୍ତାମଣି ମିଶ୍ର, ବେଣୁଧର ପାଣିଗ୍ରାହୀ, ଛତ୍ରପାଲ ଗିରି, କୁମୁଦ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.