ଜୁଆ ଆଡ୍ଡାରେ ଚଢ଼ାଉ : ଟଙ୍କା ସହ ମୋବାଇଲ ଏବଂ ଗାଡି ଜବତ, ୪ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଓଡ଼ିଶା ଛତିଶଗଡ଼ ସୀମାନ୍ତବର୍ତୀ ଶିକରିପାଲି ଗ୍ରାମରେ ଏକ ନିର୍ଜନ ନିଛାଟିଆ ସ୍ଥାନରେ ଏକ ଜୁଆ ଆଡ୍ଡା ଉପରେ ଜଗଦଲପୁର ଥାନା ଅଧିକାରୀ ବିରବର ଭଗତଙ୍କ ନେତୃତ୍ୱରେ ପୋଲିସ ଟିମ ଅତର୍କିତ ଚଢାଉ କରି ୪ଜୁଆଡିଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଜୁଆ ଆଡ୍ଡାରୁ ପୋଲିସ ନଗଦ ୩୨୦୦ଟଙ୍କା ସହ ଦୁଇଟି ବାଇକ ଏବଂ ଦୁଇଟି ମୋବାଇଲ ଫୋନ ଓ ଦୁଇ ସେଟ୍‌ ତାସ ଜବତ କରିଥିବା ଜଣାପଡ଼ିଛି । ସଟଡାଉନ ଓ ଲକଡାଉନର ସୁଯୋଗ ନେଇ କେତେକ ଜୁଆଡି ଜୁଆ ଆଡ୍ଡା ଚଳାଇଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ବିରବର ଭଗତଙ୍କ ନେତୃତ୍ୱରେ ଜଗଦଲପୁର ପୋଲିସ ଟିମ ଉକ୍ତ ନିର୍ଜନ ନିଛାଟିଆ ସ୍ଥାନକୁ ଅତର୍କିତ ଚଢାଉ କରିଥିଲେ । ଘଟଣା ସକ୍ରାନ୍ତରେ ଜଗଦଲପୁର ଥାନାରେ କେସ ନ୫୭/୨୦୨୧ଏକ ମାମଲା ରୁଜୁ ହୋଇଛି । ଜୁଆଆଡ୍ଡାରୁ ଗିରଫ ହୋଇଥିବା ଜୁଆଡି ମାନେ ହେଲେ ରାମବିଳାସ ଓଗ୍ରେ, ଜୟରାମ କଲେତ, ଉଷତ ୟାଦବ, ପୁରୁଷୋତ୍ତମ ଜଗତ ଏହି ଜୁଆଡି ମାନେ ସମସ୍ତେ ଛତିଶଗଡ଼ ବସନା ଥାନା ପରଗଲା ଗ୍ରାମ, ପଠିଆପାଲି ଗ୍ରାମର ଅଟନ୍ତି ବୋଲି ଥାନା ଅଧିକାରୀ ଶ୍ରୀ ଭଗତ ସୂଚନା ଦେଇଛନ୍ତି ।ଜଗଦଲପୁର ଥାନା ପରିସର ଭୁକ୍ତ କୌଣସି ଅଞ୍ଚଳରେ ଜୁଆଖେଳ ଚାଲିଥିବା ନେଇ ଖବର ପହଞ୍ଚିବା ମାତ୍ରେ ଆଇନ ଅନୁଯାୟୀ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଆଗାମୀ ଦିନରେ ଏହି ଅଭିଯାନକୁ ଆହୁରି ବ୍ୟାପକ କରାଯିବ ବୋଲି ଜଗଦଲପୁର ଥାନା ଅଧିକାରୀ ଶ୍ରୀ ଭଗତ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

10 + seventeen =