ବଙ୍ଗଲାରେ ବାହାରିଲା ନାଗ ସାପ : କାମ ଛାଡ଼ି ସାପ ଧରିବାକୁ ପହଞ୍ଚିଲେ କେଛୋ ଭୋଇ

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ଦିନ ସକାଳ ପ୍ରାୟ ୧୦ଟା ସମୟରେ ଦେଓଗାଁ ବଙ୍ଗଲାର ଏକ ଦୋକାନରେ ଏକ ନାଗ ସାପ ବାହାରିଥିବା ଦେଖିବାକୁ ମିଳିଥିଲା । ଏହି ଖବର ପାଇବା ପରେ କୁତୁର୍ଲା ଆମପାଲି ଗାଁର କେଛୋ ଭୋଇ ଆସି ସାପଟିକୁ ଦୋକାନରୁ କାଢ଼ିଥିଲେ । ଏପରିକି ଜାତୀୟ ରାଜପଥରେ ସାପ ଖେଳ ମଧ୍ୟ ଦେଖାଇଥିଲେ । ଫଳରେ ରାସ୍ତା ଉପରେ ଯାଉଥିବା ଲୋକେ ଦେଖି କେଛୋଙ୍କ ପ୍ରତି ପ୍ରଶଂସା କରିଥିଲେ । ସାପକୁ ଧରି ନିକଟସ୍ଥ ଜଙ୍ଗଲରେ ଛାଡିଥିଲେ ।

Leave A Reply

Your email address will not be published.

one × four =