oom

ସମ୍ମୁଖ କରୋନା ଯୋଦ୍ଧା ଡାଃ ଶିଖିଧ୍ୱଜ ପଟେଲ : ଦୁଇଶହରୁ ଅଧିକ ରୋଗୀଙ୍କୁ କଲେଣି ସୁସ୍ଥ

jsmm

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କରୋନା ପଜିଟିଭ ଯାହାର ଚିହ୍ନଟ ହେଲା ସେ ରୋଗରୁ ଭଲହେବା କଥା ଚିନ୍ତା କରିବା ଅପେକ୍ଷା ନିଜ ପରିବାର କଥା ଆଗ ଭାବୁଛି, କାରଣ ସେ କଣ ହୋଇଗଲେ ତା’ ପିଲାଛୁଆ କେମିତି କରିବେ, ଏଇ ମାନସିକ ଚିନ୍ତାରେ ସେ ଘାରି ହେଉଛି । ଫଳରେ ତାର ସୁସ୍ଥତାରେ ପ୍ରତିବନ୍ଧକ ସୃଷ୍ଟି କରିଛି ଏଇ ମାନସିକ ଚିନ୍ତା । ସେତେବେଳେ ନିଜ ଜୀବନକୁ ବାଜି ଲଗାଇ ସେହି ରୋଗୀ ପାଖରେ ପହଂଚି ଯାଆନ୍ତି ସ୍ଥାନୀୟ ଆୟୁଷ ଡାକ୍ତର ଶିଖିଧ୍ୱଜ ପଟେଲ । ରୋଗୀଙ୍କୁ ମାନସିକ ବିଷାଦରୁ ମୁକ୍ତି ପାଇବା ପାଇଁ ଦିଅନ୍ତି ଗୁରୁମନ୍ତ୍ର । ଆମେ ନିଶ୍ଚୟ କରୋନାକୁ ମାତ ଦେବା ଏକଥା ଦୃଢ ଭାବେ ତା’ ମଧ୍ୟରେ ପଶାଇ ଦିଅନ୍ତି ଡଃ ପଟେଲ । ଗତବର୍ଷ ମଧ୍ୟ ଯେତେବେଳେ ପ୍ରବାସୀ ଓଡିଆ ମାନେ ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ । ସେ ନିର୍ବିକାର ଭାବେ ସେମାନଙ୍କ ଠାରେ ପହଂଚି ସାହାସ ଯୋଗାଉଥିଲେ । ଡଃ ପଟେଲଙ୍କ ଦାୟିତ୍ୱରେ କର୍ଲାମୁଣ୍ଡା ସେକ୍ଟରର କର୍ଲାମୁଣ୍ଡା, ରିଂଜା, ରାଜପୁର ଓ ସରଗୁଲ ମାଲପଡା ପଂଚାୟତ ଦାୟିତ୍ୱ ରହିଛି । ସେ ଏବର୍ଷ ଏଇ ଚାରି ପଂଚାୟତର ୨ ଶହରୁ ଅଧିକ କରୋନା ପଜିଟିଭ ରୋଗୀଙ୍କ ପାଖରେ ପହଂଚି ନୟମିତ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ମାନସିକ ଦୃଢତା ପ୍ରଦାନ କରିଆସୁଛନ୍ତି । ତାଙ୍କ ଦ୍ୱାରା ଏମାନେ ସୁସ୍ଥ ହୋଇ ଭୂୟସୀ ପ୍ରଶଂସା କରିଛନ୍ତି ଡାଃ ପଟେଲଙ୍କୁ । ତାଙ୍କ ଅଧିନରେ ଦୁଇଟି ଆମ୍ବୁଲାଂସ ମଧ୍ୟ ରହିଛି । ଯେଉଁଠି ଯାହା ଖବର ପାଇଲେ ତତ୍କାଳ ଆମ୍ବୁଲାଂସ ସେବା ଯୋଗାଇ ଦେଉଛନ୍ତି । ନିଃସ୍ୱାର୍ଥପର ଭାବେ ଏଇ ଆୟୁଷ ଡାକ୍ତରଙ୍କ ସେବା ମନୋବୃତି ହେତୁ ଅନେକ ରୋଗୀ କେବଳ କରୋନା ନୁହଁ ଅନ୍ୟମାନଙ୍କୁ ମଧ୍ୟ ଭଲ କରିଛନ୍ତି । ଅନେକ ଶିଶୁଙ୍କ ମାଗଣା ଅସ୍ତ୍ରୋପଚାର କରାଇବାରେ ମଧ୍ୟ ସେ ପ୍ରମୁଖ ଭୂମିକା ନେଇଛନ୍ତି । ଡାଃ ପଟେଲଙ୍କୁ ବିଭିନ୍ନ ମହଲରୁ ଭୂୟସୀ ପ୍ରଶଂସା କରାଯାଇଛି ।

jittmm
Leave A Reply

Your email address will not be published.