ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଚିଖିଲି ଗ୍ରାମ ପଂଚାୟତରେ ଦେଖିବାକୁ ମିଳିଛି ଲାଳସାଗ୍ରସ୍ତ କର୍ମଚାରୀମାନଙ୍କର ଦୁର୍ନୀତିପୂର୍ଣ୍ଣ କାର୍ଯ୍ୟ । ଚିଖିଲି ଗ୍ରାମ ପଂଚାୟତର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଆର୍ଥିକ ବର୍ଷ ୨୦୧୯ – ୨୦ ଓ ୨୦୨୦ – ୨୧ ଗୃହ ନିର୍ମାଣ କାର୍ଯ୍ୟରେ ଦୁର୍ନୀତି । ଚିଖିଲି ଗ୍ରାମର ଅଶ୍ୱିନୀ ଦାସ ପିତା- କୃଷ୍ଣଚନ୍ଦ୍ର ଦାସ ଓଆର୍୧୬୫୨୮୮୭ ୨୦୧୯-୨୦ ବର୍ଷ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ନକରି ସମସ୍ତ ଟଙ୍କା ଉଠାଇବା ସହିତ ଗୃହକାର୍ଯ୍ୟ ସମ୍ପୂର୍ଣ ହୋଇସାରିଥିବା ଭଳି ପ୍ରମାଣଯୁକ୍ତ ଖବର ସମସ୍ତଙ୍କ ସାମ୍ନାକୁ ଆସିଛି । କେବଳ ଏତିକି ନୁହେଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଆର୍ଥିକ ବର୍ଷ ୨୦୧୯-୨୦ ରେ ଚିଖିଲି ଗ୍ରାମର ଅଶୋକ ମହାପାତ୍ର ପିତା-ଘନଶ୍ୟାମ ମହାପାତ୍ର ଓଆର୍୧୦୦୩୭୯୧ ପ୍ରଧାନମନ୍ତ୍ରୀ ଆବାସ ପାଇସାରି ପୁଣିଥରେ ୨୦୨୦-୨୧ ବର୍ଷ ଅଶୋକ ମହାପାତ୍ର, ପିତା ଘନଶ୍ୟାମ ମହାପାତ୍ର ଓଆର୍୧୬୫୪୩୩୭ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ସମସ୍ତ ଟଙ୍କା ଉଠାଇ ଗୃହକାର୍ଯ୍ୟ ସମ୍ପୂର୍ଣ ହୋଇଥିବାର ସୂଚନା ଗୋଷ୍ଠୀ ଉନ୍ନୟନ ସଂସ୍ଥା, ଗାଇସିଲେଟରୁ ମିଳିଅଛି । ଚିଖିଲି ଗ୍ରାମ ପଂଚାୟତର ସରପଞ୍ଚ ପ୍ରେମରାଜ ଅଗ୍ରୱାଲଙ୍କର ଏପରି ଅଭିଯୋଗ ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଚିଖିଲି ପଂଚାୟତକୁ ଯାଇ ଜିଓଟେକ ଧିରେନ ରଣାର ଆଇଡି କୁ ବ୍ଲକ କରିଦେଇଛନ୍ତି । ଏସବୁ କାରସାଦି ପଛରେ ଗ୍ରାମ ପଂଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ କୁନୁ ସେଠ୍ର ହାତ ରହିଥିବାର କଥା ପଂଚାୟତବାସୀ କହୁଛନ୍ତି । ଅଭିଯୋଗର ସମ୍ପୂର୍ଣ ତଦନ୍ତ କରି ଏଭଳି ଦୁର୍ନୀତିରେ ଯେଉଁମାନେ ସାମିଲ ଅଛନ୍ତି ସେମାନଙ୍କର ଏ ପ୍ରକାର ଅପରାଧ ପାଇଁ ଖୁବ ଶୀଘ୍ର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।