ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ରଞ୍ଜନ ପ୍ରଧାନ ଆଜି ଅଚାନକ ପାଇକମାଳ ବ୍ଳକ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆସି ବର୍ତ୍ତମାନ କୋଭିଡ ସମୟରେ କିଭଳି ଲୋକଙ୍କ ସ୍ୱାସ୍ଥ୍ୟସେବା ଦିଆଯାଉଛି ସେ ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାଇକମାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁରେନ୍ଦ୍ର ମେହେର ମଧ୍ୟ ଜିଲ୍ଲାପାଳଙ୍କ ଗ୍ରସ୍ତ କାର୍ଯ୍ୟକ୍ରମରେ ଭାଗ ନେଇଥିବା ଜଣାପଡିଛି । ଗ୍ରସ୍ତରେ ଆସି ଜିଲ୍ଲାପାଳ ଶ୍ରୀ ପ୍ରଧାନ ଡାକ୍ତରଙ୍କ ଅନୁପସ୍ଥିତି ହେତୁ ଅସନ୍ତୋଷ ପ୍ରକାଶ କରିଥିଲେ ।