ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ସରକାର କ୍ୟାବିନେଟ ବୈଠକରେ ମଦ ବ୍ୟବସାୟୀମାନଙ୍କ ଉପରୁ ଜୁନ୍ ୨୦ ଠାରୁ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ଫି ଛାଡ କରିବା ନିଷ୍ପତ୍ତି କରିଛନ୍ତି । ରାଜ୍ୟ କଂଗ୍ରେସ ଏହାର ଘୋରବିରୋଧ କରିଛି । ରାଜ୍ୟସରକାରଙ୍କ ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଭୁଲ୍ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବିଷୟ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଣମାଧ୍ୟମକୁ ଏକ ପ୍ରେସ-ବିବୃତ୍ତିରେ କହିଛନ୍ତି । ସାରା ରାଜ୍ୟରେ ବହୁ ସ୍ୱଳ୍ପ, ନିମ୍ନ ଆୟକାରୀ ବ୍ୟବସାୟୀ, ଛୋଟ ବଡ଼ ଦୋକାନୀ ବର୍ଦ୍ଧିତ ଭାଟ/ ଟେକ୍ସ ଦେଇ ହନ୍ତସନ୍ତ ହେଉଛନ୍ତି । ପ୍ରମୁଖ ବ୍ୟବସାୟ ପ୍ରତିଷ୍ଠାନ କରିଥିଲେ ବି ସଂପୃକ୍ତ ବ୍ୟକ୍ତିବିଶେଷ ମାନଙ୍କର ଲାଇସେନ୍ସ ଫି- ସରକାର ଛାଡ ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି । ସେହିପରି ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀର ଆକାଶ ଛୁଆଁ ଦରବୃଦ୍ଧି ଏବଂ ରନ୍ଧନ ଗ୍ୟାସ, ପେଟ୍ରୋଲ ଓ ଡିଜେଲ ଉପରେ ମାତ୍ରାଧିକ ଭାଟ ଲଗାଇବା ଦ୍ୱାରା ସାଧାରଣ ଖାଉଟି ହସ୍ତସନ୍ତ ହେଉଛନ୍ତି । ରାଜ୍ୟ ଛାତ୍ର କଂଗ୍ରେସ ଏହାକୁ ବିରୋଧ କରି ସୋମବାର ରାଜ୍ୟର ପ୍ରତି ଜିଲ୍ଲାରେ ଘଣ୍ଟିକିଆ ପ୍ରତୀକ ଧାରଣା ଦେବା ସହ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ ନିର୍ଦ୍ଦେଶ ରହିଛି । ରାଜ୍ୟ ସରକାର ମଦ ମାଫିଆଙ୍କୁ ଦେଇଥିବା ଉପହାରକୁ ଯୁବ ଏବଂ ଛାତ୍ର କଂଗ୍ରେସ ପକ୍ଷରୁ ଘୋର ବିରୋଧ କରାଯିବା ସହ ଏହାର ଦୃଢ଼ ପ୍ରତିବାଦ କରିଛନ୍ତି । ସରକାରୀ ବିଦ୍ୟାଳୟ/ଶିକ୍ଷାନୁଷ୍ଠାନମାନଙ୍କରେ ଫି ଛାଡ ସହିତ ନିତ୍ୟ ବ୍ୟବହୃତ ଜିନିଷ ଖାଇବା ତେଲ, ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ ଦର କମାଇବା ଲାଗି କଂଗ୍ରେସ ଦାବୀ କରିଛି । ଏନେଇ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟଳୟକୁ ଏକ ପ୍ରତିନିଧି ଦଳ ଭେଟି ଦାବୀ ସ୍ୱରୂପ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଲୀନା କୁମାରୀ ଖେସ୍ଙ୍କ ସ୍ମାରକ ପତ୍ର ଏହି ପ୍ରତିନିଧିଦଳ ଦେଇଥିଲେ । ଛାତ୍ର-କଂଗ୍ରେସ ଜିଲ୍ଲା ସଭାପତି ବିକାଶ ପଶୁପାଳକ, ଯୁବନେତା ଦେବାଶିଷ ମହାନ୍ତି , ଇଜୁ ଅମିନ ଖାନ୍ଙ୍କ ସମେତ ବାଘ ବିଶ୍ଵାଳ, ସରୋଜ କୁମାର ଦଳାଇ, ଶୁଭଙ୍କର ମାଳି ପ୍ରମୁଖ ନେତୃବୃନ୍ଦ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାର୍ୟ୍ୟାଳୟକୁ ଯାଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଲୀନାଙ୍କୁ ଭେଟି ସ୍ମାରକପତ୍ର ଦେଇଥିଲେ ।
Next Post