ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗୋପାଳପୁର ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳ ସମୂହକୁ ଭୟର ଆଶଙ୍କା ଦେଖାଦେଇଛି । ତୁହାକୁ ତୁହା କେତେବେଳେ କଣ ସାମୁଦ୍ରିକ ବାତ୍ୟା କେତେ ଯେ ନାଁ ନେଇ ଆସୁଛି, ବାତ୍ୟା ନା ଶୁଣିଲେ ଉପକୂଳରେ ବସବାସ କରୁଥିବା ଅଧିବାସୀଙ୍କୁ ଭୟର ଚିନ୍ତା ଘାଣ୍ଟିଦେଇଥାଏ । ବିପଦର ସଙ୍କେତ ପାଣିପାଗ ବିଭାଗ “ୟାସ”ର ଗତିପଥ ସମ୍ପର୍କରେ ସୂଚନା ପ୍ରଦତ୍ତ ହୋଇଥିବା ବେଳେ ଲୋକଙ୍କ ଧନଜୀବନ ସୁରକ୍ଷା ଦେବା ପାଇଁ ତଟ-ରକ୍ଷା ବାହିନୀ, ସ୍ଥଳ ସେନା, ଜଳ ସେନା, ଓଡ୍ରାଫ୍ଟଟିମ୍, ପୋଲିସ, ଫାୟାର-ବ୍ରିଗେଡିୟର, ଜିଲ୍ଲାପ୍ରଶାସନ ପ୍ରମୁଖ ସଜାଗ ରହିଛନ୍ତି । ଆଜିଠାରୁ ମତ୍ସ୍ୟଜୀବୀମାନଙ୍କୁ ସମୂଦ୍ର ଭିତରକୁ ନ ଯିବାକୁ ସତର୍କତ୍ତା କରିଦିଆଯାଇଛି । ସାମୁଦ୍ରିକ ଝଡ଼, ସମ୍ଭାବ୍ୟ ବାତ୍ୟାର ଆଗମନକୁ ନେଇ ଆର୍ୟ୍ୟପଲ୍ଲୀ ସାମୁଦ୍ରିକ ଥାନା / ମେରାଇନ ଥାନା ପକ୍ଷରୁ ସମୁଦ୍ର ଉପକୂଳବର୍ତ୍ତୀ ଅଧିବାସୀଙ୍କୁ ଡ଼ାକବାଜି ଯନ୍ତ୍ର ଯୋଗେ ସତର୍କତ୍ତାର ଅବଲମ୍ବନ କରାଉଛନ୍ତି ।
Next Post