ଗଞ୍ଜାମ ଜିଲ୍ଲାରେ ବ୍ୟାପିବା ଆରମ୍ଭ ହେଲା ବ୍ଲାକ ଫଙ୍ଗସ୍‌ ରୋଗ : ଚିନ୍ତାରେ ଜିଲ୍ଲା ପ୍ରଶାସନ, ସତର୍କତା ଅବଲମ୍ବନ କରିବାକୁ ଜିଲ୍ଲା ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଶନିବାର ଜଣେ ମହିଳା ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଥିବା ଡାକ୍ତରୀ ସୂତ୍ରରୁ ପ୍ରକାଶ ହୋଇଛି । ମହିଳାଙ୍କ ବୟସ ପ୍ରାୟ ୫୦ ହୋଇଥିବା ବେଳେ ଘର ଗଞ୍ଜାମ ଜିଲ୍ଲା ବୋଲି ସୂଚନା ମିଳିଛି । ତାଙ୍କର ଆଖି କଳା ପଡ଼ିଯାଇଛି । ସେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରୁଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ଡାକ୍ତର ଉମାଶଙ୍କର ମିଶ୍ର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.