pr

କେଶରୀୟା ହିନ୍ଦୁ ବାହିନୀ ତରଫରୁ ରୋଗୀଙ୍କ ସହାୟକମାନଙ୍କୁ ମାଗଣାରେ ଖାଦ୍ୟ ବଣ୍ଟନ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଲଗାତାର ତୃତୀୟ ରବିବାର ଭାବରେ କେଶରୀୟା ହିନ୍ଦୁ ବାହିନୀ ତରଫରୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ୍ କଲେଜ ହସ୍ପିଟାଲ ଠାରେ ଦିନ ୧୧ଟା ଏବଂ ସନ୍ଧ୍ୟା ୭ ଟା ସମୟରେ ରୋଗୀଙ୍କ ସହାୟକ ମାନଙ୍କୁ ପୁନଶ୍ଚ ମାଗଣାରେ ଖାଦ୍ୟ ବଣ୍ଟନ କରାଯାଇଛି । ଆଗକୁ ମଧ୍ୟ ଏହି କାର୍ଯ୍ୟକ୍ରମ ଲକ୍‌ଡାଉନ୍ ଥିବା ପର୍ଯ୍ୟନ୍ତ କେଶରୀୟା ହିନ୍ଦୁ ବାହିନୀ ତରଫରୁ ଜାରି ରହିବ ଏବଂ ଆହୁରି ବିଭିନ୍ନ ପ୍ରକାରର ସେବା କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସଭାପତି ଶ୍ରୀ ଭୋଳ କହିଛନ୍ତି । ଏହି କାର୍ଯ୍ୟକ୍ରମରେ କେଶରୀୟା ହିନ୍ଦୁ ବାହିନୀ ପ୍ରଦେଶ ଅଧ୍ୟକ୍ଷ ସନ୍ତୋଷ ଭୋଳ, ଜିଲ୍ଲା ସଭାପତି ପ୍ରଦୀପ ତ୍ରିପାଠୀ, ଜିଲ୍ଲା ବରିଷ୍ଠ ଉପାଧ୍ୟକ୍ଷ ଶଙ୍କର୍ଷଣ ଆଚାର୍ଯ୍ୟ, ଜିଲ୍ଲା ପ୍ରବକ୍ତା ଦେବାନନ୍ଦ ନାୟକ, ଦେଓଗାଁ ବ୍ଲକ ଅଧ୍ୟକ୍ଷ ବଦ୍ରିନାଥ ହୋତା, ଶମ୍ଭୁ ସୁନା, ରାଜୁ ନାୟକ, ପ୍ରଦୀପ ସାହୁ, ରୁଦ୍ର ହୋତା, ମନୋଜ ନାୟକ, ରବୀନ୍ଦ୍ର ନାୟକ, କୁନା ନାୟକ, ଭାସ୍କର ରାଓ, ପାଟଣାଗଡ଼ ବ୍ଲକ୍ ଅଧ୍ୟକ୍ଷ ସୁବ୍ରତ କୁଆଁର, ଗିରିଧାରୀ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ ।

nrusinghnath
Leave A Reply

Your email address will not be published.