pr

ତୃତୀୟ ଦିନରେ ପହଞ୍ଚିଲା ଜିଲ୍ଲା କଂଗ୍ରେସ ତରଫରୁ ଆରମ୍ଭ ହୋଇଥିବା ରକ୍ତଦାନ କାର୍ଯ୍ୟକ୍ରମ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟି ତରଫରୁ ଆରମ୍ଭ ହୋଇଥିବା ସେବା ଶିବିର ଅବସରରେ ରକ୍ତଦାନ କାର୍ଯ୍ୟକ୍ରମର ଆଜି ହେଉଛି ତୃତୀୟ ଦିନ । ନଗର କଂଗ୍ରେସ ସାଧାରଣ ସମ୍ପାଦକ ଆଶୁତୋଷ ମହାନ୍ତିଙ୍କ ନେତୃତ୍ୱରେ ଆଜି ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟତଃ ଆଶୁତୋଷ ମହାନ୍ତି, ଅଖଣ୍ଡ ସେଠ, ରାଜେନ୍ଦ୍ର ସାହୁ, ଅଶୋକ ସାମଲ, ବିକାଶ ବଗର୍ତ୍ତି ପ୍ରମୁଖ ରକ୍ତ ଦାନ କରିଥିବା ବେଳେ ଏଥିରେ ରକ୍ତଦାତ ମାନଙ୍କୁ ଉତ୍ସାହିତ କରିବା ପାଇଁ ମନୀଷ ମିଶ୍ର, ବୁଲୁ ଦାନୀ, ସୌମ୍ୟ ଦୀପ ସରାଫ, ସଞ୍ଜୟ ମିଶ୍ର, ଅଙ୍କିତ ସାହୁ, ଅଜୟ ବାଲି, ଟୁଲୁ ସେନ, ବୀରେନ୍ଦ୍ର ବାବୁ ପ୍ରମୁଖ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.