lika

କେଶରୀୟା ହିନ୍ଦୁ ବାହିନୀ ତରଫରୁ ସୁବର୍ଣ୍ଣପୁର ଏବଂ ବିନିକାରେ ରନ୍ଧା ଖାଦ୍ୟ ବଣ୍ଟନ

gbag

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି କେଶରୀୟା ହିନ୍ଦୁ ବାହିନୀ ସୁବର୍ଣ୍ଣପୁର ଜିଲ୍ଲା ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଏବଂ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ରୋଗୀ ମାନଙ୍କ ସହାୟକ ମାନଙ୍କୁ ମାଗଣା ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିବା ବେଳେ ବିନିକା ସହରରେ ମଧ୍ୟ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା । ଏହା କେଶରୀୟା ହିନ୍ଦୁ ବାହିନୀର ରାଜ୍ୟ ସଭାପତି ସନ୍ତୋଷ ଭୋଳ ଏବଂ ବିଶିଷ୍ଟ ସମାଜ ସେବୀ ତଥା ବରିଷ୍ଠ ବିଜେପି ନେତା ବଲଦେବ ବେଦବାକଙ୍କ ଉପସ୍ଥିତିରେ ଜିଲ୍ଲା ସଭାପତି ବ୍ୟାସଦେବ୍ ମିଶ୍ର ଏବଂ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଶାନ୍ତ ଦଣ୍ଡସେନାଙ୍କ ନେତୃତ୍ୱରେ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାନେତ୍ରୀ ଶ୍ରଦ୍ଧାଞ୍ଜଳି ମିଶ୍ର, ଜିଲ୍ଲା ଉପସଭାପତି ଶମ୍ଭୁ ପ୍ରସାଦ ହୋତା, ନଗର ମିଡ଼ିଆ ପ୍ରଭାରୀ ମାନସ ରଞ୍ଜନ ମିଶ୍ର, ଶରତ ମହାପାତ୍ର, ବିନିକା ନଗର ସଭାପତି ସମ୍ବିତ ନେପାକ, ରଞ୍ଜନ ମେହେର, ଧର୍ମେନ୍ଦ୍ର ସାହୁ, ପୂର୍ଣ୍ଣ ଚନ୍ଦ୍ର କୁମ୍ଭାର, ଗୋପାଳ କୃଷ୍ଣ ମହାଲିଙ୍ଗ, ଘାସି ବଢେଇ ତଥା ଅନ୍ୟାନ୍ୟ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ । ଏହି ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଆଗାମୀ ଦିନରେ ଲକ୍ ଡାଉନ୍ ଥିବା ପର୍ଯ୍ୟନ୍ତ ପ୍ରତ୍ୟେକ ଶନିବାର ଓ ରବିବାର ଦିନ କରାଯିବ ବୋଲି ସଭାପତି ଶ୍ରୀ ଭୋଳ କହିଛନ୍ତି ।

babaa
Leave A Reply

Your email address will not be published.